ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ମୋହନା ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବ୍ଳକ ସମିଳନୀ କକ୍ଷରେ ବିଡ଼ିଓ ରାଜୀବ ଦାସଙ୍କ ସଂଯୋଜନା ରେ ଆୟୋଜିତ ବୈଠକରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ବ୍ଲକର ବିଭିନ୍ନ ସମସ୍ୟା ଉପରେ ଜନ ପ୍ରତିନିଧିଙ୍କୁ ପଚାରି ବୁଝିଥିଲେ l ମୋହନା ବ୍ଳକ ରେ ଅଧିକାଂଶ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି l
ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଇ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ସେ ନିଜେ କେନ୍ଦ୍ର ବୈଦେଶିକ ବ୍ୟାପାର ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ଅଛନ୍ତି l ତେଣୁ ଦାଦନ ସମସ୍ୟା ଦୂର ପାଇଁ ପଦକ୍ଷେପ ନିଶ୍ଚିତ ନେବି ବୋଲି ସାଂସଦ କହିଛନ୍ତି l ଏଥିସହ ଦାଦନ ସମସ୍ୟା ଦୂର ପାଇଁ ସମସ୍ତ ଜନ ପ୍ରତିନିଧି ପ୍ରୟାସ କରିବାକୁ ସେ ପରାମର୍ଶ ଦେଇଛନ୍ତି l ବ୍ଳକ ରେ ଯାହା ସବୁ ସମସ୍ୟା ରହିଛି ତାକୁ ଧୀରେ ଧୀରେ ସମାଧାନ କରିବାକୁ ସାଂସଦ ପ୍ରତିଶୃତି ଦେଇଛନ୍ତି l ବୈଠକରେ ଉପସ୍ଥିତ ମୋହନା ବ୍ଲକର 39 ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ନିଜ ନିଜ ଅଂଚଳର ସମସ୍ୟା ଉପରେ ସାଂସଦ ଙ୍କୁ ଅବଗତ କରାଇଛନ୍ତି l
ବିଶେଷ କରି ବ୍ଲକ ର ଉନୟନ ମୂଳକ କାର୍ଯ୍ୟ ଧିମେଇ ଯାଇଛି l ବିଭିନ୍ନ ଯୋଜନାର କାର୍ଯ୍ୟ ସମ୍ପୂର୍ଣ ହୋଇଥିଲେ ମଧ୍ୟ ସେଗୁଡିକର ବିଲ ମିଳିବାରେ ସମସ୍ୟା ଦେଖାଯାଉଛି l ବର୍ଷ ବର୍ଷ ଧରି ବିଲ୍ ଟଙ୍କା ହେଉନଥିବା ଜନପ୍ରତିନିଧି ମାନେ ଅଭିଯୋଗ କରିଛନ୍ତି l କନିଷ୍ଠ ଯନ୍ତ୍ରି ମାନେ ମନୋମୁଖୀ ଶାସନ କରୁଥିବା ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି l ଏଥିସହ ପାନୀୟଜଳ, ରାସ୍ତା,ଶିକ୍ଷା ସ୍ୱାସ୍ଥ୍ୟ, ଗମନାଗମନ ଆଦି ବିଭିନ୍ନ ସମସ୍ୟା ଉପରେ କହିଥିଲେ ଜନ ପ୍ରତିନିଧି l ସାଂସଦ ଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଥିବା ବେଳେ ବୈଠକ ରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ବ୍ଳକ ଅଧ୍ୟକ୍ଷ ରଞ୍ଜିବ ଶବର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷl କୁନ୍ତଳା ମଲ୍ଲିକ, ବ୍ଳକ ଉପାଧ୍ୟକ୍ଷl ବାଲମିନା ଅଧିକାରୀ ଓ ତହସିଲଦାର ସତ୍ୟବାନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l
ସେହିପରି ଆର ଉଦୟଗିରି ବ୍ଲକ ସଭା ଗୃହ ଠାରେ ସମିତି ବୈଠକ ଅନୁଷ୍ଠିତ ହେଇଥିଲା ବ୍ରହ୍ମପୁର ସାଂସଦ ବିଧାୟକ ବ୍ଲକ ଅଦକ୍ଷ ଲକ୍ଷ୍ମୀ ଶବର ବିଡ଼ିଓ ତହସିଲଦାର ଓ ସମିତି ମେମ୍ବର ଉପସ୍ଥିତ ଥିଲେ ସାଂସଦ ଙ୍କ ଏହି ଗସ୍ତ ସମୟରେ ମାଣିକପୁର ହନୁମାନ ମନ୍ଦିର ଠାରେ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ସାଂସଦ ଙ୍କ ଉପସ୍ଥିତ ରେ ରାୟଗଡା ବ୍ଲକ ର ସାତ ଜଣ ସମିତି ସଭ୍ୟ ସଭ୍ୟା ବିଜେପି ରେ ଯୋଗ ଦେଇଥିଲେ କାର୍ଯ୍ୟକ୍ରମ ରେ ବହୁ ବିଜେପି କର୍ମୀ ଯୋଗ ଦେଇଥିଲେ l