ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ମୋହନା ଠାରେ ଥିବା ଏକ ମାତ୍ର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଦୃଷ୍ଟି ହୀନ ବଧିର ବିଦ୍ୟାଳୟ ଏବେ ନାନାଦି ସମସ୍ୟା ଦେଇ ଗତି କରୁଛି l ଏହି ବିଦ୍ୟାଳୟ କୁ କେନ୍ଦ୍ର ଅନୁଦାନ ରାଶି ରେ ଏନଜିଓ ଦ୍ୱାରା ଚାଲିଥିବା ବେଳେ ଏହି ବିଦ୍ୟାଳୟ ଟି ବହୁ ପୁରୁଣା l ଏହି ବିଦ୍ୟାଳୟରେ ରାୟଗଡା, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲା ର ଦୃଷ୍ଟି ହୀନ ବଧିର ପିଲା ମlନେ ଅଧୟନ କରନ୍ତି l ହେଲେ ଏହି ବିଦ୍ୟାଳୟ ରେ କିଛି ବର୍ଷ ହେଲା ଅବ୍ୟବସ୍ଥା ରେ ଚାଲିଥିବା ବେଳେ ସଭାପତି ଅଛନ୍ତି ପୂର୍ବତନ ବିଧାୟିକା ବାସନ୍ତୀ ମଲ୍ଲିକ l
ବିଦ୍ୟାଳୟ କୁ ସମ୍ପାଦକ ବିଜେଡି ର ଜିଲ୍ଲା ଉପ ସଭାପତି ଦଣ୍ଡାଶୀ ସାହୁ ପରିଚାଳନା କରୁଛନ୍ତି l ବିଦ୍ୟାଳୟ ରେ ମୋଟ ୬୪ ଜଣ ପିଲା ପଡୁଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘ ଦୁଇ ବର୍ଷ ହେଲା ଖାଲି ପଡିଛି l ନିଯୁକ୍ତି ପାଇଥିବା ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ମାସିକ ପ୍ରାପ୍ୟ ନ ମିଳିବାରୁ ସମସ୍ତେ ବିଦ୍ୟାଳୟ ଛାଡିଥିବା ଜଣା ପଢ଼ିଛି l ଛାତ୍ର ଛାତ୍ରୀ କହିବା ପ୍ରକାରେ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ରହିଛି ଦୁଇ ବର୍ଷ ହେଲା ଯାହାକୁ ନେଇ ସମ୍ପାଦକ ଦଣ୍ଡlସି ସାହୁଙ୍କୁ ଅଭିଯୋଗ କଲେ ସେ ନାଲି ଆଖି ଦେଖlନ୍ତି l ପାଠ ପଡିବା ଜାଗା ରେ ଟିଭି ଦେଖି ସମୟ କାଟିବାକୁ ପଡୁଛି ବୋଲି କହିଛନ୍ତି ଛାତ୍ର ଛାତ୍ରୀ l ଖାଇବା କୁ ମଧ୍ୟ ଠିକ ଭାବରେ ମିଳୁନଥିବା କହିଛନ୍ତି l ଆମେ କଣ ଏଠି ରହି ମୂର୍ଖ ହେବୁକି ବୋଲି ପ୍ରଶ୍ନ କରିଛନ୍ତି l ଜିଲ୍ଲାପାଳ ଆମକୁ ଉଦ୍ଧାର କରନ୍ତୁ ବୋଲି ଛାତ୍ର ଛାତ୍ରୀ କହିଛନ୍ତି l
ଅନ୍ୟ ପକ୍ଷରେ ଅଭିଭାବକ ମlନେ ବୈଠକ ରେ ସମ୍ପାଦକ ଙ୍କୁ କହିଥିଲେ ଶିକ୍ଷକ ନାହାନ୍ତି ପିଲା କିପରି ପାଠ ପଡିବେ ଯାହାକୁ ନେଇ ସମ୍ପାଦକ ଉତ୍ତର ନ ଦେଇ ଚାଲିଯାଇଥିଲେ ବୋଲି କହିଛନ୍ତି l ଫଳରେ ମଙ୍ଗଳବାର ମଧ୍ୟାହ୍ନ ରେ ସବୁ ଛାତ୍ର ଛାତ୍ରୀ ଙ୍କ ବାପା ମା ଆସି ବିଦ୍ୟାଳୟ ରେ ଅବ୍ୟବସ୍ଥା ଚାଲିଥିବା କହିବା ସହ ପାଞ୍ଚ ଦୀନ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ନିଯୁକ୍ତି ନ ହୁଅନ୍ତି ତେବେ ଏହି ଅନୁଷ୍ଠାନ ରେ ପିଲା ଙ୍କୁ ରଖି ଭବିଷ୍ୟତ ଅନ୍ଧାର କରିବା ଅପେକ୍ଷା ପିଲା ଙ୍କୁ ନେଇଯିବୁ ବୋଲି କହିଛନ୍ତି ଅଭିଭାବକ l ଏଥିସହ ଅନୁଷ୍ଠାନ ରେ ତାଲା ପକାଇବା ପାଇଁ ଚେତାବନୀ ଦେଇଛନ୍ତି l ଏନେଇ ସମ୍ପାଦକଙ୍କ ପ୍ରତିକ୍ରିୟା ମିଳିପାରିନି l ତେବେ ଜିଲ୍ଲା ପ୍ରଶାସନ ଏହି ବିଦ୍ୟାଳୟ ଓ ନିରୀହ ପିଲା ଙ୍କ ପ୍ରତି କି ପଦେକ୍ଷପ ନେଇ ଉଚିତ ଶିକ୍ଷା ଯୋଗାଇବେ ତାକୁ rahicସମସ୍ତଙ୍କ ଅପେକ୍ଷା l