Mohan’s courtship began

0

ଆରମ୍ଭ ହେଲା ମୋହନଙ୍କ ଦରବାର

 

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ସରକାରର ମୁଖିଆ ଏବଂ ଜନତାଙ୍କ ମଧ୍ୟରେ ଥିବା ପ୍ରତିବନ୍ଧକ ହଟିଲା । ମୋହନ ସରକାର ଆରମ୍ଭ କଲେ ଜନତା ଦରବାର । ଦୀର୍ଘବର୍ଷ ପରେ ଲୋକମାନେ ଏବେ ନିଜ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଜଣାଉଛନ୍ତି । ଆଉ ଲୋକେ ମଧ୍ୟ ନିଜ ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଭିଡ ଜମାଇଛନ୍ତି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧଘଂଟା ପୂର୍ବରୁ ଆରମ୍ଭ ହୋଇଥିଲା ପଂଜିକରଣ । ଗୋଟିଏ ଦିନରେ ପାଖାପାଖି ୧୫ ଶହ ପଂଜୀକରଣ ହୋଇଥିବା ଜଣାପଡିଛି । ଆଗକୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଲୋକଙ୍କ ସମସ୍ୟାର ଶୁଣାଣି ହେବ ।

ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବାବୁ ପହଁଚିଥିଲେ ଶହ ଶହ ଲୋକ । ମୁଖ୍ୟମନ୍ତ୍ରୀ କେବଳ ଲୋକଙ୍କ ଅଭିଯୋଗ ଶୁଣିନଥିଲେ, କିପରି ଏହାର ସମାଧାନ ହେବ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ଛୋଟ ଘଟଣାକୁ ବଡ଼ କରି ଚର୍ଚ୍ଚାରେ ରହିବାକୁ ଉଦ୍ୟମ କରିଥାଏ ବିଜେପି । ଏପଟେ ୨୪ ବର୍ଷର ସରକାର କେତେଥର ଲୋକଙ୍କ ଅଭିଯୋଗ ଶୁଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ।

 

 

LEAVE A REPLY

Please enter your comment!
Please enter your name here