ଛତିଶଗଡରେ ୨୬ରୁ ଅଧିକ ନକ୍ସଲ ନିପାତ

0

ଛତିଶଗଡ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବୁଧବାର ସକାଳୁ ଛତିଶଗଡ଼ ନାରାୟଣପୁର ଓ ଦାନ୍ତେୱାଡା ସୀମାରେ ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଡିଆରଜି ଯବାନମାନେ ନକ୍ସଲଙ୍କ ବିରୋଧରେ ଏକ ବଡ଼ ଅପରେସନ୍ ଆରମ୍ଭ କରିଛନ୍ତି । ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଓଁ ଜିଲ୍ଲାର DRG ୟୁନିଟ୍ ମିଳିତ ଭାବରେ ଏହି ଅପରେସନରେ ସାମିଲ ହୋଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଡିଆରଜିର ମିଳିତ ଦଳ ନକ୍ସଲଙ୍କ ଶୀର୍ଷ କମାଣ୍ଡରମାନଙ୍କୁ ଘେରି ଯାଇଛନ୍ତି । ଏନକାଉଣ୍ଟରରେ ଅନେକ ନକ୍ସଲ ନିହତ ହୋଇଛନ୍ତି ।ନାରାୟଣପୁର ପୋଲିସ ଅଧିକ୍ଷକ ପ୍ରଭାତ କୁମାର ଏନକାଉଣ୍ଟର ନେଇ ସୂଚନା ଦେଇଛନ୍ତି ।ଏନକାଉଣ୍ଟରରେ ଯବାନମାନେ ୨୬ ରୁ ଅଧିକ ନକ୍ସଲଙ୍କୁ ନିହତ କରିଥିବା ଛତିଶଗଡ଼ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଡିଆରଜି ଯବାନମାନେ ସାହସ ଦେଖାଇଛନ୍ତି । ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଜଣେ ଆହତ ହୋଇଥିବା ଜଣାପଡିଛି l ଅପରେସନ ପ୍ରାୟ ଶେଷ ହୋଇଛି କିନ୍ତୁ ସର୍ଚ୍ଚ ଅପରେସନ ଜାରି ରହିଛି । ଏହା ପରେ ସମ୍ପୂର୍ଣ୍ଣ ଅପରେସନର ଖୁଲାସା କରାଯିବ ।

LEAVE A REPLY

Please enter your comment!
Please enter your name here