ଭଞ୍ଜନଗର ( ବିପ୍ଲବୀ ପରିକ୍ରମା ):- ବିଷଧର ସାପ କାମୁଡାରେ ମା’ ଓ ଆଠବର୍ଷର ଝିଅର ମୃତ୍ୟୁ । ରାଇକିଆ ଥାନା ଅନ୍ତର୍ଗତ ରିଷାଭୂଇଁ ଗାଁରେ ଘଟିଛି ଏଭଳି ଘଟଣା । ଗୁରୁତର ଅବସ୍ଥାରେ, ଆମ୍ବୁଲାନ୍ସ ଯୋଗେ ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର , ଉଭୟ ମା ଓ ଝିଅଙ୍କୁ ମୃତ ଘୋଷଣା କରିଥିଲେ । ତେବେ ରାତିରେ ଶୋଇଥିବା ବେଳେ, କୈାଣସି ବିଷଧର ସାପ କାମୁଡିଥିବା କହିଛନ୍ତି, ମୃତ ମହିଳାଙ୍କ ସ୍ବାମୀ ହାଡୁ ନାୟକ । ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ରାତି ପ୍ରାୟ ୩ ଟା ସମୟରେ ସ୍ତ୍ରୀ’ ଗୁରୁବାରି ନାୟକ ଓ ଝିଅ ସୁବି ନାୟକ ହଠାତ୍ ଯନ୍ତ୍ରଣା ଅନୁଭବ କରିଥିଲେ । କିଛି ସମୟପରେ ଉଭୟେ ଗୁରୁତର ଅସୁସ୍ଥ ହୋଇ ପଡିଲେ । ଝିଅ ସୁବି ର ବାନ୍ତି ମଧ୍ୟ ହେଲା । ସାହି ପଡୋଶୀ ଙ୍କ ସହଯୋଗ ରେ ଆମ୍ବୁଲାନ୍ସ ଡକାଇ, ସେଥିରେ ଭଂଜନଗର ମେଡିକାଲ କୁ ନେଇଥିଲେ । ସେଠାରେ ଡ଼ାକ୍ତର ଉଭୟ ମା’ଓ ଝିଅକୁ ମୃତ ଘୋଷଣା କରିଥିଲେ । ଏନେଇ ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ, ମୃତଦେହ ବ୍ୟବଚ୍ଛେଦ କରାଯାଇଛି ।