ମା’ କୁରେଇଶୁଣୀ ଦେବୀଙ୍କ ଯାତ୍ରା ଆରମ୍ଭ : ଅସ୍ଥାୟୀ ମଣ୍ଡପକୁ ବିଜେ କଲେ ସାତ ଭଉଣୀ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓଡ଼ିଆ ଭଣ୍ଡାରୀ ସାହିରେ ମା କୁରେଇଶୁଣୀଙ୍କ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପାରଳାଖେମୁଣ୍ଡି ର ଓଡ଼ିଆ ଭଣ୍ଡାରିସାହି ବୁଧବାର ଠାରୁ ଯାତ୍ରା ଆରମ୍ଭ ହୋଇଥିବା ବେଳେ ସାତ ଦିନ ଧରି ଚାଲିବ। ଏ ସମୟରେ ମା’ଙ୍କୁ ସମସ୍ତ ରୀତିନୀତି ଏବଂ ପରମ୍ପରା ଅନୁଯାଇ ପୂଜାର୍ଚ୍ଚନା କରାଯିବ। ଲୋକଙ୍କମନୋ ନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଯାତ୍ରା କମିଟି ପକ୍ଷରୁ କୁହାଯାଇଛି । ଯାତ୍ରାର ରୀତି ଅନୁସାରେ ପ୍ରଥମେ ଗ୍ରାମଦେବୀ ନିଳାମା ମନ୍ଦିରରୁ ପୂଜାର୍ଚ୍ଚନା କରି ମାଙ୍କ ମୁଣ୍ଡରୁ ଫୁଲ ଖସି ଚାଙ୍ଗୁଡିରେ ପଡିବା ପାଇଁ କିଛି ସମୟ ପେକ୍ଷା କରି ପଡ଼ିବା ବିଧୂ ରହିଥ‌ିବାରୁ ଅନେକ ଯାଏଁ ଶ୍ରଦ୍ଧାଳୁ ଏହାକୁ ଅପେକ୍ଷା ରହିଥିଲେ। ମାଁ ଙ୍କ ଆଜ୍ଞା ମାଳ ପାଇବା ପରେ ଏକ ବିରାଟ ପଟୁଆରରେ ମାଙ୍କୁ ସ୍ଥାୟୀ ମନ୍ଦିରକୁ ଅଣାଯାଇ ପରେ ଚିତ୍ରକାରଙ୍କ ହାଣ୍ଡି ଶାଳରୁ ପାଟ ହାଣ୍ଡି ମନ୍ଦିରକୁଅଣାଯାଇଥିଲା I ଏହାପରେ ଏ ସମୟରେ ପ୍ରତ୍ୟେକ ମହିଳା ମାଁଙ୍କୁ ବନ୍ଦାପନା କରି ସ୍ବାଗତ କରିଥିଲେ। ଏହାପରେ ସନ୍ଧ୍ୟାରେ ନିଜ ବାପ ଘରେ ପହଞ୍ଚିଥିଲେ ମା’। ସେଠାରେ ଭୋଗ ଲାଗି ହୋଇଥିଲା

Oplus_131072

ଘଟ ପରିକ୍ରମା କରାଯାଇଥିଲା I ଆଜିଠାରୁ ମା’ଙ୍କ ଘଟ ପ୍ରତେକ ସାହି ପରିକ୍ରମା କରିବେ ବୋଲି ଯାତ୍ରାର କମିଟି ସଦସ୍ୟ ମାନେ କହିଛନ୍ତି।ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବାକୁ ସାହିର ସମସ୍ତେ ସହଯୋଗ କରୁଥିବା ଯାତ୍ରା ପରିଚାଳନା କମିଟି ପକ୍ଷରୁ ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here