ପୁରୀ ( ବିପ୍ଲବୀ ପରିକ୍ରମା ):- କଂଗ୍ରେସ ଟିକେଟ୍ ଫେରାଇଲେ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି l ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି ଫେରାଇଲେ ଟିକେଟ l ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇଥିବା ଏ.ଆଇ.ସି.ସି କୁ ଜଣାଇଲେ l ବିନା ପାର୍ଟି ଫଣ୍ଡିଂରେ କ୍ୟାମ୍ପେନିଂ କରିବା ସହଜ ନୁହେଁ କହିଲେ ସୁଚରିତା l
ନିର୍ବାଚନ ପୂର୍ବରୁ ପୁରୀରେ କଂଗ୍ରେସକୁ ବଡ ଝଟକା ଲାଗିଛି । ଟିକେଟ୍ ଫେରାଇଛନ୍ତି ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି । ଏନେଇ ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କୁ ଇମେଲ ପଠାଇଛନ୍ତି ।ତେବେ ମୁଖ୍ୟତଃ ସେ ଦୁଇଟି କାରଣ ପାଇଁ ଟିକେଟ୍ ଫେରାଇଥିବା କହିଛନ୍ତି । ପ୍ରଥମତଃ ପୁରୀର ବିଭିନ୍ନ ବିଧାନସଭା ଆସନରେ ଦଳ ଦୁର୍ବଳ ପ୍ରାର୍ଥୀ ଦେଇଛି । ଏବଂ ଦ୍ୱିତୀୟରେ ପ୍ରଚାର ପାଇଁ ଦଳ ପକ୍ଷରୁ କୌଣସି ଫଣ୍ଡିଂ ଦିଆଯାଉନାହିଁ । ବିନା ଫଣ୍ଡିଙ୍ଗରେ କ୍ୟାମ୍ପେନିଙ୍ଗ ସମ୍ଭବ ନୁହେଁ ବୋଲି କହିଛନ୍ତି ସୁଚରିତା । ତେଣୁ ସେ ନିଜ ଟିକେଟ୍ ଫେରାଉଛନ୍ତି ବୋଲି ଇମେଲରେ ଜଣାଇଛନ୍ତି । ଅନ୍ୟପଟେ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଅନୁରୋଧ ମଧ୍ୟ କରିଥିଲି ବୋଲି କହିଛନ୍ତି ସୁଚରିତା ତେବେ ପୁରୀରେ ମେ ୨୫ ତାରିଖରେ ଭୋଟିଂ ହେବ । ଏଥିପାଇଁ ନାମାଙ୍କନ ଭରିବାକୁ ଆଉ ମାତ୍ର ୨, ୩ ଦିନ ରହିଲା । ଏହା ଭିତରେ ସୁଚରିତା ଟିକେଟ୍ ଫେରାଇବା ପରେ ଏହି ଆସନରୁ କଂଗ୍ରେସ ପୁଣି କାହାକୁ ପ୍ରାର୍ଥୀ କରିବ ବୋଲି ଦ୍ୱନ୍ଦ୍ୱ ଉପୁଜୁଛି । ତେବେ ଏହି ଆସନରେ ଦଳ ଜିଲ୍ଲା ସଭାପତିଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।