ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି: ଲକ୍ଷାଧିକ ଟଙ୍କା ଠକିନେବା ଘଟଣା ସମ୍ପୂର୍ଣ ମିଛ ବୋଲି କହିଲେ ଦୁଇ ଅଭିଯୋଗକାରୀ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି,ଟାଟା କମ୍ପାନୀରେ ଚାକିରୀ କରେଇଦେବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣା, ସମ୍ପୂର୍ଣ ମିଛ ବୋଲି କହିଲେ ଦୁଇ ଅଭିଯୋଗକାରୀ l ମଙ୍ଗଳବାର ଦିନ ବ୍ରହ୍ମପୁର ସ୍ୱତନ୍ତ୍ର ଜେଏମଏଫସି କୋର୍ଟ ରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ହାଜର ହେଲେ ଦୁଇଜଣ ଅଭିଯୋଗକାରୀ l

କୋର୍ଟରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ୨ ମାମଲା ରହିଥିଲା l ଉଭୟ ମାମଲାରେ ସାଂସଦଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ମିଛ ବୋଲି କହିଲେ ଦୁଇ ଅଭିଯୋଗକାରୀ , ଏହା ସହିତ ଚାପରେ ଆସି ପ୍ରଶାସନ କରିଥିବା ରିପୋର୍ଟ ରେ ଦସ୍ତଖତ କରିଥିବା କୋର୍ଟଙ୍କ ଆଗରେ କହିଥିଲେ ଦୁଇ ଅଭିଯୋଗକାରୀ l

LEAVE A REPLY

Please enter your comment!
Please enter your name here