ମୁମ୍ବାଇ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ପୁଣି ଭାଙ୍ଗିଲା ଦିଲ୍ଲୀ କ୍ୟାପିଟାଲ୍ସର ହୃଦୟ । ଲଗାତାର ତୃତୀୟ ଥର ଫାଇନାଲକୁ ଯାଇ ମଧ୍ୟ ମହିଳା ପ୍ରିମିୟର ଲିଗ ଟ୍ରଫି ହାତେଇ ପାରିଲା ନାହିଁ ଡିସି । ଦ୍ବିତୀୟ ଥର ପାଇଁ ଡବ୍ଲୁପିଏଲ ଟ୍ରଫି ଉଠାଇଲା ମୁମ୍ବାଇ ଇଣ୍ଡିଆନ୍ସ । ୮ ରନରେ ଦିଲ୍ଲୀକୁ ପରାସ୍ତ କରି ତୃତୀୟ ସିଜିନର ଚମ୍ପିଆନ ହୋଇଛି ମୁମ୍ବାଇ । ଗତକାଲି ମୁମ୍ବାଇର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା ।
ହର୍ମନପ୍ରିତ କୌର ମ୍ୟାନ ଅଫଦ ମ୍ୟାଚ ବିବେଚିତ ହୋଇଥିଲା ବେଳେ ନାଟ ସ୍କିଭର ବ୍ରଣ୍ଟ ପ୍ଲେୟର ଅଫ ଦ ଟୁର୍ଣ୍ଣାମେଣ୍ଟ ଭାବେ ବିବେଚତି କରାଯାଇଥିଲା l ୨୦୨୩ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ୭ ଓ୍ବିକେଟରେ ମୁମ୍ବାଇ ଟାରୁ ଦଳକୁ ପରାସ୍ତ ହେବାକୁ ପଡିଥିଲା। ପୁଣି ଦ୍ବିତୀୟ ସିଜିନରେ ଫାଇନାଲରେ ପ୍ରବେଶ କରି ଅଧୁର ସ୍ବପ୍ନ ପୂରଣ ଲକ୍ଷ୍ୟରେ ରହିଥିଲା ଦଳ କିନ୍ତୁ ୮ ଓ୍ବିକେଟରେ ଆରସିବି ଠାରୁ ପରାସ୍ତ ହେବାକୁ ପଡିଥିଲା । ପୁଣି ଚଳିତ ସିଜିନରେ ଦଳର ପ୍ରଦର୍ଶନ ମଧ୍ୟ ଦମଦାର ରହିଥିଲା । ୨ ଥର ନହେଲା ନାହିଁ ତୃତୀୟ ଥରରେ ଦଳ ଟ୍ରଫି ନିଶ୍ଚିତ ହାତେଇବା ଲକ୍ଷ୍ୟରେ ରହିଥିଲା । କିନ୍ତୁ ଶେଷ ମୁହୁର୍ତ୍ତରେ ଭାଗ୍ୟ ସାଥ ଦେଲା ନାହିଁ । ଫଳରେ ଚଳିତ ସିଜିନରେ ୮ରନରେ ଫାଇନାଲରେ ଦିଲ୍ଲୀକୁ ପରାସ୍ତ ହେବାକୁ ପଡିଛି ।
ମୁମ୍ବାଇ ର ବ୍ରେବୋର୍ଣ୍ଣ ଷ୍ଟାଡିୟମରେ ଗତକାଲି ଡିସି ଓ ମୁମ୍ବାଇ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ମେଗ ଲାନିନଙ୍କ ଦଳ । ଯାହା ପରେ ଦଳ ପାଇଁ କାଳ ସାବ୍ୟସ୍ତ ହୋଇଥିଲା । ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କରି ୨୦ ଓଭରରେ ୭ ଓ୍ବିକେଟ ହରାଇ ୧୪୯ ରନ କରିଥିଲା । ଜାବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦ ଓଭରରେ ୯ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିବା ପୂର୍ବରୁ ୧୪୧ରନରେ ଅଟକିଥିଲା । ମୁମ୍ବାଇ ପକ୍ଷରୁ ଅଧିନାୟକ ହର୍ମନପ୍ରିତ କୌର ୪୪ ବଲରେ ସର୍ବାଧିକ ୬୬ ରନ କରିଥିଲେ ।