ବିପ୍ଲବୀ ପରିକ୍ରମା ଡିଜିଟାଲ :- ଘରୋଇ ଗ୍ରାଉଣ୍ଡରେ ମୁମ୍ବାଇର ତୃତୀୟ ବିଜୟ । ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଆଇପିଏଲର ୩୩ ନମ୍ବର ମ୍ୟାଚରେ ୪ ୱିକେଟରେ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ଅଲରାଉଣ୍ଡର ବିଲ ଜେକ୍ସ ଉଭୟ ବୋଲିଂ ଆଉ ବ୍ୟାଟିଂରେ ଚତ୍ମକାର ପ୍ରଦର୍ଶନ କରିଥିଲେ । ଜେକ୍ସ ୨ ୱିକେଟ ନେବା ସହ ୩୬ ରନ କରିଥିଲେ । ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଥିଲା ୧୬୩ ରନର ଟାର୍ଗେଟ । ୧୮. ୧ ଓଭରରେ ରନ କରିନେଇଥିଲା ଟିମ୍ । ଏହା ମୁମ୍ବାଇ ଇଣ୍ଡିଆନ୍ସର ୩ ବିଜୟ । ତେବେ ଟାର୍ଗେଟକୁ ପିଛା କରି ମୁମ୍ବାଇ ଇଣ୍ଡିଆନ୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । ରୋହିତ ଶର୍ମା ଓ ରିକ୍ଲେନ ଉଭୟେ ମିଳିତ ଭାବେ ୩. ୫ ଓଭରରେ ୩୨ ରନ କରିଥିଲେ । ରୋହିତ ୧୬ ବଲରେ ୩ ଛକା ମାରିବା ସହ ୨୬ ରନ କରିଥିଲେ । ପ୍ୟାଟ କମିନ୍ସଙ୍କୁ ତାଙ୍କୁ ପାଭିଲିୟନ ରାସ୍ତା ଦେଖାଇଥିଲେ ।
ଶେଷ ଓଭରରେ ଅନିକେତ ବର୍ମାଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୬୩ ରନର ଟାର୍ଗେଟ ଦେଇଥିଲା । ଏହି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ହାଇଦ୍ରାବାଦର ବ୍ୟାଟିଂ ଧୀର ଥିଲା, କିନ୍ତୁ ଅନିକେତ ୨୦ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଓଭରରୁ ୨୨ ରନ ନେଇଥିଲେ, ଯାହା ଫଳରେ ସନରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ 5 ୱିକେଟରେ ୧୬୨ ରନ କରିପାରିଥିଲା । ହାଇଦ୍ରାବାଦ ପକ୍ଷରୁ ଓପନର ଅଭିଷେକ ଶର୍ମା ୨୮ ବଲ୍ ରେ ୭ଟି ଚୌକା ସହାୟତାରେ ସର୍ବାଧିକ ୪୦ ରନ୍ କରିଥିଲେ । ମୁମ୍ବାଇ ପକ୍ଷରୁ ୱିଲ୍ ଜ୍ୟାକ୍ସ ଦୁଇଟି ୱିକେଟ୍ ନେଇଥିବା ବେଳେ ଟ୍ରେଣ୍ଟ ବୋଲ୍ଟ, ଜସପ୍ରିତ ବୁମରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।