୨୪ ଘଣ୍ଟା ନପୁରୁଣୁ ହତ୍ୟା ମାମଲାର ଖୁଲାସା 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅଡବା ଥାନା ତୁଆବାଡି ଗ୍ରାମର ତିରିସା ମୁଠା ମାଝୀ ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ , ଏହି ମାମଲାରେ ସମ୍ପୃକ୍ତ ସମସ୍ତ ୪ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟା କାଣ୍ଡରେ ବ୍ୟବହୃତ, ପଥର , ମୁନିଆ ଠେଙ୍ଗାକୁ ଜବତ କରିଛି ପୋଲିସ ତାହା ସହିତ ୫ ଟି ମୋବାଇଲ ଓ ଗୋଟିଏ ବାଇକ୍ ମଧ୍ୟ ଜଵତ କରିଛି ପୋଲିସ । ସୁଚନା ପ୍ରକାରେ ୨୦୨୧ ମସିହାରେ AK 47 ବନ୍ଧୁକ ସହ ଆକ୍ରମଣ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦୃଦ୍ଧାନ୍ତ ନକ୍ସଲ ପ୍ରମୋଦ ମାଝୀ ଓରଫ୍ ସାଗର ବିରୋଧରେ ୬ ତାରିଖରେ କୋର୍ଟରେ ସାକ୍ଷ ଦେବାର ଥିଲା ତେଣୁ ତାପୁର୍ବରୁ ତାକୁ ହତ୍ୟା କରି ରାସ୍ତାରୁ ହଟାଇ ଦେଇଥିବା ପୋଲିସ ତଦନ୍ତରୁ ଜାଣି ପାରିଥିବା ଗଜପତି ଆରକ୍ଷୀ ଅଧିକ୍ଷକଙ୍କ ଯତିନ୍ଦ୍ର କୁମାର ପଣ୍ଡା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ଜାଡଙ୍ଗି ଗ୍ରାମର ସୁରେଶ ମାଝୀ, କନ୍ଧମାଳ ଜିଲା ବ୍ରାହ୍ମଣିଙ୍ଗାର ସମସୋନ ମଲିକ , ପାଜିଗୁଡା ଗ୍ରାମର ମନୋଜ ମାଝୀ , ତୁଆବାଡି ଗ୍ରାମର ବିଶ୍ବରଞ୍ଜନ ଉଥାନସିଂ । ସୁଚନା ପ୍ରକାରେ ଗତ ଦୁଇ ତାରିଖ ରାତିରେ ମୃତକ ତିରିସା ମୁଠା ମାଝୀଙ୍କୁ କିଛି ଲୋକ ଏକ ବୈଠକ ପାଇଁ ଡାକିଥିଲେ ବୈଠକରୁ ଫେରିବା ରାସ୍ତାରେ ପୁର୍ବ ଯୋଜନା ମୁତାବକ ଜଗି ରହିଥିଲେ । ବିଳମ୍ବିତ ରାତ୍ରରେ ତାଙ୍କ ଉପରେ ଅତର୍କିତ ଭାବେ ଠେଙ୍ଗାରେ ଆକ୍ରମଣ କରିଥିଲେ। ତଳେ ପଡିଜିବା ପରେ ମୁନିଆ ଠେଙ୍ଗାରେ ଭୁସିବା ସହ ପଥର ଛେଚି ହତ୍ୟା କରିଥିଲେ। ତାପରେ ଅମାନୁଷିକ ଭାବେ ବାଇକ୍ ପଛରେ ବାନ୍ଧି ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ଆଣି କାଟମା ନିକଟ ପାଣି ଟାଙ୍କି ପାଖରେ ଫୋପାଡି ଦେଇଥିଲେ। ତିନି ତାରିଖ ଭୋର ସକାଳୁ ଖବର ପ୍ରଘଟ ହେବାପରେ ଲୋକଙ୍କ ଭିଡ ଜମିଥିଲା କିନ୍ତୁ ହଟାତ କେହି ଚିହ୍ନି ପାରିନଥିଲେ। ପରେ ପରିବାର ସମ୍ପର୍କିୟ ଶବକୁ ଚିହ୍ନିପାରି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଆଧାର କରି ହତ୍ୟା ମାମଲା ରୁଜୁ କରିବା ସହ ଦୁଇଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ସନ୍ଧାନି କୁକୁର ଓ ସାଇଣ୍ଟିଫିକ୍ ଟିମର ସହଯୋଗ ଲୋଡିଥିଲେ । ତଦନ୍ତରୁ ମିଳିଥିବା ତଥ୍ୟ ପ୍ରମାଣକୁ ଆଧାର କରି ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୋଲିସ।

LEAVE A REPLY

Please enter your comment!
Please enter your name here