ପରକ୍ରିୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟା , ଜଣେ ମହିଳାଙ୍କ ସମେତ ୪ ଗିରଫ

0

(ବିପ୍ଲବୀ ପରିକ୍ରମା ବ୍ୟୁରୋ);ପରକ୍ରିୟା ପ୍ରୀତିକୁ କେନ୍ଦ୍ର କରି ହତ୍ୟା ହୋଇଥିଲା ଜଣେ ଯୁବକଙ୍କୁ । ଏହି ଘଟଣାରେ ଗୋଳନ୍ଥରା ଥାନା ପୋଲିସ ଗୋଟିଏ ପରିବାରର ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗୋଳନ୍ଥରା ଥାନା ଚାନ୍ଦପୁର ଗ୍ରାମର ବାପା ସନ୍ତୋଷ ଦାସ, ପୁଅ ଗଣେଶ ଦାସ, କାହ୍ନା ଦାସ ଓ ଝିଅ ସୁନୀତା ଦାସ । ସୂଚନା ମୁତାବକ ଗୋଳନ୍ଥରା ଥାନା ପୋଲିସ ସିହଳାରୋଡ ରେଳ ଫାଟକ ସନ୍ନିକଟ ଏକ ପରିତ୍ୟକ୍ତ କୂଅରୁ ନିଖୋଜ ରହିଥିବା ଗୋବିନ୍ଦପୁର ଗ୍ରାମର ଟୁଟୁ ନାଇକ ଙ୍କ ଗଳିତ ଶବକୁ ଉଦ୍ଧାର କରିଯାଇଥିଲା । ମୃତକଙ୍କ ଟୁଟୁ ନାଇକ ଙ୍କ ସହ ଚାନ୍ଦପୁର ଗ୍ରାମର ଗିରଫ ମହିଳା ସୁନୀତାଙ୍କ ସହ କୁଆଡେ ପରକିଆ ପ୍ରୀତି ରହିଥିଲା । ଏନେଇ ଉକ୍ତ ମହିଳାଙ୍କ ପରିବାର ପକ୍ଷରୁ ଅନେକ ସମୟରେ ଟୁଟୁକୁ ଧମକ ଚମକ ମଧ୍ୟ ଦିଆଯାଉଥିଲା। ଗତ ୧୮ ତାରିଖ ସନ୍ଧ୍ୟା ରେ ମହିଳା ଜଣଙ୍କ କୁଆଡେ ଟୁଟୁ କୁ ଫୋନ କରି ତାଙ୍କ ଘର କୁ ଡାକିଥିଲେ। ଏହି କ୍ରମରେ ଟୁଟୁ ଚାନ୍ଦପୁର ର ଉକ୍ତ ମହିଳାଙ୍କ ପାଖକୁ ଯାଇଥିବା ବେଳେ ଉକ୍ତ ରାତିରେ ସେ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ଟୁଟୁଙ୍କ କୌଣସି ଖୋଜଖବର ପାଇ ପାରିନଥିଲେ। ରବିବାର ଦିନ ଟୁଟୁଙ୍କ ପରିବାର ପକ୍ଷରୁ ଟୁଟୁ ଙ୍କ ନିଖୋଜ ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା । ଏହାପରେ ୨୦ ତାରିଖ ସକାଳେ ଚାନ୍ଦାପୁର ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ନିକଟରେ ଚପଲ ସହ ଏକ ଗାମୁଛା ପଡ଼ିଥିବା ନେଇ ପୁଲିସ କୁ ଖବର ମିଳିଥିଲା। ପୁଲିସ ର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଚପଲ ଓ ଗାମୁଛା ଜବତ କରିବା ସହ ତାହା ନିଖୋଜ ରହିଥିବା ଟୁଟୁ ର ବୋଲି ଜାଣିବାକୁ ପାଇଥିଲା। ଏହା ପରେ ପୁଲିସ ପକ୍ଷରୁ ତନାଘନା କରାଯାଇଥିବା ବେଳେ ସିହଳା ରାସ୍ତା ର ରେଳ ଫାଟକ ସନ୍ନିକଟ ରେ ଥିବା ପରିତ୍ୟକ୍ତ କୂଅରେ ଏକ ଶବ ଭାସୁଥିବା ଖବର ପାଇ ସଦର ଏସଡ଼ିପିଓ ଶିବ ଶଙ୍କର ମହାପାତ୍ର ଓ ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଘଟଣା ସ୍ଥଳ ପହଞ୍ଚି , ଶବକୁ କୂଅରୁ ବାହାର କରିଥିଲେ। ପ୍ରାଥମିକ ତଦନ୍ତ ସମୟରେ ଟୁଟୁଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିବାବେଳେ ଶରୀରର ଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରହିଥିଲା। ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲା। ଏହାପରେ ମୃତକଙ୍କ ପତ୍ନୀ ଙ୍କ ଅଭିଯୋଗ କ୍ରମେ ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଘଟଣାକୁ ଗୁରୁତର ସହ ନେଇ ପୋଲିସ ଗତକାଲି ମହିଳା ସୁନୀତା, ବାପା ଓ ତାଙ୍କ ଦୁଇ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବ୍ରହ୍ମପୁର ଏସପି ଡ ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here