ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଘଟିଥିବା ରହସ୍ୟ ଜନକ ହତ୍ୟା କାଣ୍ଡ ଉପରୁ ଉଠିଛି ପରଦା , ଦୁଇ ଦିନ ନିଖୋଜ ପରେ ଅଖା ବନ୍ଧା ଅବସ୍ଥାରେ ସୀତା ସାଗର ରୁ ମିଳିଥିଲା ଗଳିତ ଶବ , ସିସିଟିଭି ଫୁଟେଜରେ ଓ ଶେଷ ଥର ପାଇଁ ପାରଳାଖେମୁଣ୍ଡି ଜଙ୍ଗମ ସାହି ଯାଇଥିବା ଜାଣିବାକୁ ପାଇଥିଲା ପୋଲିସ । ସେହି ସିସିଟିଭିରେ ଅଖାରେ ବାନ୍ଧି ଅଟୋ ଯୋଗେ ନେଉଥିବା ଦେଖିବାକୁ ପାଇଥିଲା ପୋଲିସ , ପୋଲିସ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ ମୃତକ କୃଷ୍ଣ ପଣ୍ଡା ନିୟମିତ ଭାବେ ସେହି ଘରକୁ ଯାଉଥିଲେ , ତା ପରେ ପୋଲିସର ସନ୍ଦେହ ଘନୀଭୂତ ହେବାରୁ ଅଧିକ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ ସେହି ଘରେ ଭଡାରେ ରହୁଥିବା ଏମ ଦୃଯ୍ୟଧନ ଙ୍କ ସ୍ତ୍ରୀ ପୂର୍ବରୁ ଏକ କପଡା ଦୋକାନରେ କାମ କରୁଥିଲା , ସେବେ ଠାରୁ ମୃତକଙ୍କ ସହ ତାଙ୍କର ପରିଚୟ ହୋଇଥିଲା ଆଉ ସେ ବିବାହ ପରେ ମଧ୍ୟ ସେ ଘରକୁ ଯିବା ଆସିବା କରୁଥିଲେ ଆଉ ସେହିଦିନ ତାଙ୍କ ସ୍ଵାମୀ ନଥିବା ସମୟରେ ଘରକୁ ଆସିଥିଲେ ଏବଂ କିଛି ଅସଦ ବ୍ୟବହାର କରିବା ଫଳରେ ଦୃଯ୍ୟଧନଙ୍କ ସ୍ତ୍ରୀ କାନ୍ଦୁ ଥିବା ବେଳେ ସ୍ଵାମୀ ହଟାତ ଘରକୁ ଆସିଯାଇଥିଲା ଆଉ ପୁରା ଘଟଣା ନ୍ବୁଝି ମୃତକ କୃଷ୍ଣ ପଣ୍ଡାଙ୍କ ଉପରେ ଆକ୍ରମଣ କରିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତୁ ଘଟିଥିଲା । ପରେ ପରିବାର ଲୋକ ଏକତ୍ରିତ ହୋଇ ଶବକୁ ଠିକଣା ଦେବାପାଇଁ ଯୋଜନା କରି ଅଖାରେ ବାନ୍ଧି ସିତା ସାଗରରେ ଫୋପାଡି ଦେଇଥିଲେ , ଯାହା ସିସି ଟିଭିରେ କଏଦ ହୋଇଥିଲା ଏବଂ ପୋଲିସ ଆଗରେ ସ୍ଵୀକାର କରିଥିବା କହିଛି ପୋଲିସ । ଆଜି ଚାରି ଅଭିଯୁକ୍ତ ଏମ ଦୃଯ୍ୟଧନ , ଅରୁଣ ଲିମା , ଟି ମହେଶ , ଏମ ମାଲ୍ଲୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୪ ଟି ମୋବାଇଲ , ଗୋଟିଏ ଅଟୋ ଓ ସାଇକେଲ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଏସ୍ପୀ ।