ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡରେ ସିବିଆଇ ତଦନ୍ତକୁ ନେଇ ବଡ଼ ବୟାନ ଦେଲେ ଝିଅ ଦୀପାଳି ଦାସ । ନବ ଦାସ ହତ୍ୟାକାଣ୍ଡ ମାମଲାରେ ସିବିଆଇ ତଦନ୍ତ ପାଇଁ ସେ ଲିଖିତ ଆକାରରେ ଜଣାଇବେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି କହିଥିଲେ ଦୀପାଳି । ଏବେ ଲିଖିତ ଆକାରରେ ଜଣାଇବେ ବୋଲି ଗଣମାଧ୍ୟମକୁ କହିଛନ୍ତି ।ଏନେଇ ଆଜି ଗଣମାଧ୍ୟମରେ ସୂଚନା ଦେଇଛନ୍ତି ଝିଅ ତଥା ପୂର୍ବତନ ଝାରସୁଗୁଡା ବିଧାୟିକା ଦୀପାଳି ଦାସ । ଦୀପାଳି ଏ ପ୍ରସଙ୍ଗରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ରାଜନୈତିକ ଫାଇଦା ପାଇଁ ସେମାନେ ମୋ ବାପା ଓ ମୋ ପରିବାରକୁ ଟାର୍ଗେଟ କରୁଛନ୍ତି । ପ୍ରଥମେ କହୁଥିଲେ ସିବିଆଇ ତଦନ୍ତ ପାଇଁ ଦୀପାଳି କହୁ ନାହାନ୍ତି । ଏବେ ମୁଁ ସିବିଆଇ ତଦନ୍ତ ପାଇଁ କହିବା ପରେ ଏବେ ସେମାନେ କହୁଛନ୍ତି ଲିଖିତ ଆକାରରେ ଜଣାନ୍ତୁ । ଆମେ ସାଧାରଣ ଲୋକ । ଯେଉଁ ସରକାର ମୋ ଭାଇଙ୍କୁ ୧୩ ଘଣ୍ଟା ଅଟକ ରଖିପାରୁଛନ୍ତି ସେ ସରକାରଙ୍କୁ ମୋତେ ଡର ଲାଗୁଛି । ନିଶ୍ଚିତ ଭାବେ ଆମେ ଲିଖିତ ଆକାରରେ ଦେବୁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ରହିଲା ସେ ଯାହା ନିଷ୍ପତ୍ତି ନେବେ l
ସୂଚନା ପ୍ରକାରେ ବିଜେଡି ନେତା ତଥା ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ନେଇ ସରଗରମ ରାଜ୍ୟ ରାଜନୀତି । ହତ୍ୟାର ୨ବର୍ଷ ପୂରିବାକୁ ଥିବା ବେଳେ ସିବିଆଇ ତଦନ୍ତକୁ ନେଇ ଜୋର ଧରିଛି ରାଜନୀତି । ଏ ପ୍ରସଙ୍ଗରେ ପୂର୍ବରୁ ବିଜେପି ସିବିଆଇ ତଦନ୍ତ ଦାବି କରି ଆସୁଥିଲା । ଏ ପ୍ରସଙ୍ଗ ମଧ୍ୟ ବିଧାନସଭାରେ ଉଠିଥିଲା । ଏବେ ହତ୍ୟାର ୨ ବର୍ଷ ପରେ ସିବିଆଇ ତଦନ୍ତ ପାଇଁ ନବ ଦାସଙ୍କ ପରିବାର ଲୋକେ ଲିଖିତ ଆକାରରେ ଜଣାଇବେ ବୋଲି କହିଛନ୍ତି ।