ବିପ୍ଲବୀ ପରିକ୍ରମା ଡିଜିଟାଲ :- ବନ ବିଭାଗକୁ ନାକେଦମ କଲାଣି ବାଘୁଣୀ ଜୀନତ । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରୁ ଫେରାର ହୋଇ ପ୍ରଥମେ ଝାଡ଼ଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗ ସୀମା ଜଙ୍ଗଲରେ ପହଞ୍ଚିଛି ଜୀନତ । ତେବେ ଓଡ଼ିଶା ବାଘୁଣୀକୁ ଫେରାଇ ଆଣିବାକୁ କସରତ ଜାରି ରଖିଛି ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଓଡ଼ିଶାକୁ ଫେରାଇ ଆଣିବାକୁ ବନବିଭାଗ ଯୋଜନା କରିଥିବା ବେଳେ ଟ୍ରାଙ୍କୁଲାଇଜ କରାଯାଇ ପାରୁନାହିଁ ।ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି,”ବାଘୁଣୀ ଜିନତ ଏବେ ପଶ୍ଚିମବଙ୍ଗ ସୀମା ଜଙ୍ଗଲରେ ଅଛି । ହେଲେ ତାକୁ ଠିକ ଭାବେ ଟ୍ରାକ ହୋଇ ପାରୁନି । ଏହାର ମୁଖ୍ୟ କାରଣ ଜଙ୍ଗଲ ମଧ୍ୟରେ GPS ନେଟୱର୍କ ସବୁ ସ୍ଥାନରେ ନାହିଁ । ଜଙ୍ଗଲ ମଧ୍ୟରେ ଥିବା ଅନେକ ସ୍ଥାନରେ GPS ଫେଲ ମାରୁଛି । ବାଘୁଣୀ ଜୀନତ ଉପରେ ତିନି ରାଜ୍ୟ ନଜର ରଖିଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ବନ ବିଭାଗ ଟ୍ରାକ କରୁଛନ୍ତି । ତାକୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କକୁଲାଇଜ କରାଯିବ ।”
ଜୀନତର ଚାଲି ଚଳନ ଏବଂ ପରିବେଶ ସହ ଖାପ୍ ଖାଇବା ଲକ୍ଷ୍ୟ କରିବା ପରେ ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷ ତାକୁ ନଭେମ୍ବର ୨୪ ତାରିଖରେ ଘଞ୍ଚ ଜଙ୍ଗଲକୁ ଛାଡ଼ିଥିଲେ । ଜୀନତକୁ ଟ୍ରାପ କରିବାକୁ ତା ଶରୀରରେ ଟ୍ରାପ୍ ଚିପ୍ ମଧ୍ୟ ଲଗା ଯାଇଥିଲା । ତେବେ ବନ ବିଭାଗର ସୂଚନା ଅନୁସାରେ, ଜୀନତ ଡିସେମ୍ବର ୯ ଏବଂ ୧୦ ତାରିଖ ମଧ୍ୟରେ ଝାଡ଼ଖଣ୍ଡକୁ ପଳାଇଯାଇଥିଲା । ସେଠାରେ ଜୀନତ କିଛି ଦିନ ରହିବା ସହ ମଇଁଷି ଶିକାର ମଧ୍ୟ କରିଥିଲା । ମାତ୍ର ପରେ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ସୀମା ଜଙ୍ଗଲକୁ ପଳାଇଥିବା ବେଳେ, ତାକୁ ଟ୍ରାକ୍ କରି ପୁଣି ଥରେ ଶିମିଳିପାଳ ଫେରାଇ ଆଣିବାକୁ ଚେଷ୍ଟା ଜାରି ରଖିଛି ବନ ବିଭାଗ ।
ବନ ବିଭାଗକୁ ନାକେଦମ କଲାଣି ବାଘୁଣୀ ଜୀନତ । ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟରୁ ଫେରାର ହୋଇ ପ୍ରଥମେ ଝାଡ଼ଖଣ୍ଡ ଏବଂ ପରେ ପଶ୍ଚିମବଙ୍ଗ ସୀମା ଜଙ୍ଗଲରେ ପହଞ୍ଚିଛି ଜୀନତ । ତେବେ ଓଡ଼ିଶା ବାଘୁଣୀକୁ ଫେରାଇ ଆଣିବାକୁ କସରତ ଜାରି ରଖିଛି ବନ ବିଭାଗ । ଟ୍ରାଙ୍କୁଲାଇଜ କରି ଓଡ଼ିଶାକୁ ଫେରାଇ ଆଣିବାକୁ ବନବିଭାଗ ଯୋଜନା କରିଥିବା ବେଳେ ଟ୍ରାଙ୍କୁଲାଇଜ କରାଯାଇ ପାରୁନାହିଁ ।ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି,”ବାଘୁଣୀ ଜିନତ ଏବେ ପଶ୍ଚିମବଙ୍ଗ ସୀମା ଜଙ୍ଗଲରେ ଅଛି । ହେଲେ ତାକୁ ଠିକ ଭାବେ ଟ୍ରାକ ହୋଇ ପାରୁନି । ଏହାର ମୁଖ୍ୟ କାରଣ ଜଙ୍ଗଲ ମଧ୍ୟରେ GPS ନେଟୱର୍କ ସବୁ ସ୍ଥାନରେ ନାହିଁ । ଜଙ୍ଗଲ ମଧ୍ୟରେ ଥିବା ଅନେକ ସ୍ଥାନରେ GPS ଫେଲ ମାରୁଛି । ବାଘୁଣୀ ଜୀନତ ଉପରେ ତିନି ରାଜ୍ୟ ନଜର ରଖିଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ବନ ବିଭାଗ ଟ୍ରାକ କରୁଛନ୍ତି । ତାକୁ ଖାଦ୍ୟ ଦେବା ସମୟରେ ଟ୍ରାଙ୍କକୁଲାଇଜ କରାଯିବ ।”