ବିପ୍ଲବୀ ପରିକ୍ରମା ଡିଜିଟାଲ :- ଖୁବଶୀଘ୍ର ବଦଳିଯିବ ବିଜୁ ପକ୍କା ଘର ଯୋଜନାର ନାଁ । ଏହା ବଦଳରେ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ‘ଅନ୍ତ୍ୟୋଦୟ ଗୃହ ଯୋଜନା’ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାକି ଅଛି । ‘ଅନ୍ତ୍ୟୋଦୟ ଗୃହ ଯୋଜନା’ରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇଛି । ପ୍ରତ୍ୟେକ ଗରିବଙ୍କୁ ଘର ଦେବାକୁ ୨୦୧୪-୧୫ରେ ଆରମ୍ଭ ହୋଇଥିଲା ବିଜୁ ପକ୍କାଘର ଯୋଜନା। ଲକ୍ଷ୍ୟ ଥିଲା ପ୍ରତ୍ୟେକ ଗରିବଙ୍କ ମୁଣ୍ଡରେ ଛାତ ଘରଟିଏ ଦେବା । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ବି ହୋଇଥିଲା । ଏହାକୁ ଫ୍ଲାଗସିପ୍ କାର୍ଯ୍ୟକ୍ରମ ଭାବେ ବେଶ ପ୍ରଚାର ପ୍ରସାର କରିଥିଲେ ତତକାଳୀନ ନବୀନ ସରକାର। କିନ୍ତୁ ଟାର୍ଗେଟ ପୂରଣ କରିପାରିନଥିଲା ଏହି ଯୋଜନା । ଏବେ ନୂଆ ସରକାର ଆସିବା ପରେ ବିଜୁ ପକ୍କାଘର ଯୋଜନାର ନାଁ ବଦଳାଇବାକୁ ଯାଉଛନ୍ତି। ବିଜୁ ପକ୍କା ଘର ବଦଳରେ ଆରମ୍ଭ ହେବ ‘ଅନ୍ତ୍ୟୋଦୟ ଗୃହ ଯୋଜନା’।