ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ସହର ସ୍ଥିତ ସ୍ଥାନୀୟ ଗଞ୍ଜାମ କଳା ପରିଷଦ ବୈଠକ ଗୃହରେ ଉତ୍କଳ ଭାରତ ଚାତାଦା ଶ୍ରୀବୈଷ୍ଣବ ସଂଘର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ଓଡିଶା ରାଜ୍ୟ ଶାଖା ପକ୍ଷରୁ ଏହା ଆୟୋଜିତ ହୋଇଥିବାବେଳେ ଜାତୀୟ ସଭାପତି ଟି.ରାମାନୁଜନ, ସମ୍ପାଦକ ଇ.ଲକ୍ଷ୍ମୀୟା, ଯୁଗ୍ମ ସମ୍ପାଦକ ଟି.ରାଜେଶ ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଓଡିଶା ସମେତ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣାଟକ, ଝାଡଖଣ୍ଡ ଓ ଛତିଶଗଡର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଓଡିଶାରେ ସଂଘକୁ ସୁସଂଗଠିତ କରିଥିବା ଜଣେ ବ୍ୟକ୍ତିଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ସଂଘର ବିକାଶ ଏବଂ ନିମ୍ନ ଶ୍ରେଣୀରେ ଥିବା ବ୍ୟକ୍ତି ବିଶେଷଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୂଦୃଢ କରିବା ନେଇ ଆଲୋଚନା ହୋଇଥିଲା। ଏହା ସହ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ଓଡିଶା ଚାତାଦା ଶ୍ରୀବୈଷ୍ଣବ ସଂଘର ସଭାପତି ବି.ଭି.ମଧୁସୂଦନ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ସମ୍ପାଦକ ବି.ଜଗଦିଶ କୁମାର, କୋଷାଧ୍ଯକ୍ଷ କେ.ଭି ଜଗଦିଶ, ଯୁଗ୍ମ ସମ୍ପାଦକ ଡି. ଶ୍ରୀନିବାସ ରାଓ, ଏ. ଉମେଶ ଦାସ ପ୍ରମୁଖ ପରିଚାଳନା କରିଥିଲେ।