ଆସିକରେ ଜାତୀୟ ପ୍ରେସ ଦିବସ ପାଳନ

0

ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆସିକା ସହର ସ୍ଥିତ ସ୍ଥାନୀୟ ମେକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଆସିକା ସାମ୍ବାଦିକ ସଂଘ ତରଫରୁ ଜାତୀୟ ପ୍ରେସ ଦିବସ ପାଳନ ହୋଇଯାଇଛି । ସାମ୍ବାଦିକତା ର ନୈତିକ ମୂଲ୍ୟବୋଧ, ସହିତ ଲୋକ ମାନଙ୍କ ସହ ସୁ-ସମ୍ପର୍କ ରକ୍ଷା କରିବା,ଜରୁରୀ କାଳୀନ ସମୟରେ ସାମଜିକ ଚାଲି ଚଳନ ଏବଂ ସମସ୍ୟାକୁ ବୁଝି ଖବର ପରିବେଷଣ କରିବା, ନିପୁଣ କାର୍ଯ୍ୟ କାରିତା, ବିଭିନ୍ନ ସମସ୍ୟା, ଆମୋଦ ପ୍ରମୋଦ, କଳା ସାହିତ୍ୟ ଓ ସଂସ୍କୃତି,ଉପରେ ସଠିକ ତଥ୍ୟ ପରିବେଷଣ,ସହିତ ସମ୍ବାଦ ପରିବେଷଣ ଦିଗରେ ନିସ୍ଵାର୍ଥ ସେବା କରିବା ଉପରେ ଅତିଥି ମାନେ ଆଲୋଚନା କରିଥିଲେ। ସାମ୍ବାଦିକ ମାନେ ରାତି ଦିନ ଖବର ନିମନ୍ତେ ଜାଗ୍ରତ ହୋଇ ନିଉଜକୁ ହାତ ଛଡା ନକରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥାନ୍ତି l ସେଥି ସକାଶେ ରାଜ୍ୟ ସରକାର ପକ୍ଷରୁ ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ ନିମନ୍ତେ ବିଧାୟକଙ୍କ ନିକଟରେ ଦାବୀ ରଖିଥିଲେ l

ଶେଷରେ ସଂସ୍କୃତ ମହାବିଦ୍ୟାଳୟ ର ବିଦ୍ୟାର୍ଥୀମାନେ ଭାଷଣ ପ୍ରତିଯୋଗିତା ର କୃତୀ ପ୍ରତିଯୋଗି ଏବଂ ଆସିକା ଅଞ୍ଚଳର ସମସ୍ତ ଖବର କାଗଜ ବିତରକ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଯୁବ ସାମ୍ବାଦିକ ହରିହର ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ,ସମ୍ମାନିତ ଅତିଥି ଭାବରେ ବିଡିଓ ସାଗରିକା ଷଡ଼ଙ୍ଗୀ,ଉପଖଣ୍ଡ ପୋଲିସ ଆରକ୍ଷୀ ଅଧିକାରୀ ସଞ୍ଜୟ ମହାପାତ୍ର, କୋଟିନଡା ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ସାହା, ଏନ ଏ ସି ଉପାଧ୍ୟକ୍ଷ ଜୟନ୍ତୀ ବିଷୋୟୀ, ସଂସ୍କୁତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ଵିନୀ କୁମାର ଦାସ,ମୁଖ୍ୟ ପଣ୍ଡିତ ପ୍ରଦୀପ କୁମାର ତ୍ରିପାଠୀ,ବରିଷ୍ଠ ଆଇନଜୀବି ଚନ୍ଦ୍ର ଶେଖର ପାତ୍ର,ସଂସ୍କୃତ କଲେଜ ର ପରିଚାଳନା କମିଟି ର ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଏବିଇଓ ଭାଗିରଥି ପାତ୍ର,,ବରିଷ୍ଠ ସାମ୍ବାଦିକ ମନୋଜ ମୁନି,ହୃଦାନନ୍ଦ ଜେନା,ଅଜିତ ଦାସ, ରତ୍ନାକର ସାହୁ, ,ମମତା ଯୋଜନାର ସଂଯୋଜକ ରଶ୍ମିନୀ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here