ଜାତୀୟ ବିଜ୍ଞାନ ଦୀବସ ପାଳିତ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର ଠାରେ ଆଜି ଜାତୀୟ ବିଜ୍ଞାନ ଦୀବସ ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ବିଜ୍ଞାନ ମେଳା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ରଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ବରିଷ୍ଠ ବୈଜ୍ଞାନିକ ସି.ଭି ରମନଙ୍କ ବିଜ୍ଞାନ କ୍ଷେତ୍ରରେ ଅତୁଳନୀୟ ଅବଦାନ ସହ ରମନ ପ୍ରଭାବ ବିଷୟରେ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଭାବେ ପୁର୍ବତନ ବିଜ୍ଞାନ ନିରିକ୍ଷକ ସାତ୍ମିତ କୁମାର ପଟନାୟକ ଯୋଗ ଦେଇ ସି.ଭି ରମନଙ୍କ ଜୀବନି ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲାର ୪୨ ସ୍କୁଲର ବିଜ୍ଞାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗ ଦେଇ ପ୍ରଦର୍ଶୀତ ବିଜ୍ଞାନ ମେଳାକୁ ବୁଲି ଦେଖିଥିଲେ । ଏଥିରେ ୬୫ ପ୍ରକାର ବୈଜ୍ଞାନିକ ଉପକରଣ ପ୍ରଦର୍ଶୀତ ହୋଇଥିବା ବେଳେ ଜିଲ୍ଲା ବିଜ୍ଞାନ ନିରିକ୍ଷକ ଏ ରବି କୁମାରଙ୍କ ତତ୍ତ୍ୱାବଧାନରେ ଏହା ପରିଚାଳିତ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ମହୋନ କୁମାର ନାୟକ ସଭାପତିତ୍ୱ କରିଥିଲେ ।

ଏହି ପ୍ରତିଯୋଗିତାରେ ଅଶଂଗ୍ରହଣ କରି କୃତିତ୍ୱ ଲାଭକରିଥିବା ୧୨ ଜଣ ଛାତ୍ରଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରାଇଥିଲା । ଏହି କର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଟି. ପାବନୀ, ସରିତା ସାମଲ, ଗିତାଞଳି ପଟନାୟକ ଓ ଗୌଡ ଗୌରୀ ପ୍ରମୁଖ ପ୍ରକଳ୍ପ ଗୁକର ପ୍ରଦର୍ଶନି ନିମନ୍ତେ ସହାୟତା କରିଥିବା ବେଳେ ଶିକ୍ଷୟିତ୍ରୀ ବବିତା ପୁରୋହିତ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହୋଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here