କେ.ଏମ.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମି ଦିବସ ଏବଂ ଅଭିଭାବକ ବୈଠକ ଅନୁଷ୍ଠିତ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ସରକାରଙ୍କ ନିର୍ଦେଶକ୍ରମେ ଆଜି ସାରା ରାଜ୍ୟରେ ଥିବା ବିଦ୍ୟାଳୟମାନଙ୍କରେ ଜାତୀୟ କୃମି ଦିବସ ଏବଂ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଅବସରରେ ଗଜପତି ଜିଲ୍ଲାର ରା. ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଶୃଙ୍ଖଳାରସହିତ ଉକ୍ତ କାର୍ଯ୍ୟକ୍ରମ ସମାପନ ହୋଇଛି l ପିଲାମାନଙ୍କୁ କୃମି ନାଶକ ଔଷଧ ଖୁଆଇବା ସହିତ ଏହାର ଉପକାରିତା ବିଷୟରେ ଅବଗତ କରାଇବା ପରେ ସଭାର ଆୟୋଜନ କରାଯାଇଥିଲା l ସଭାର ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଆଦି ନୈବେଦ୍ୟ ଅର୍ପଣ କରାଯାଇ ବିଭୁ ବନ୍ଦନା ଗାନ କରାଯାଇଥିଲା l

ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ସଭାପତିତ୍ୱ ଆସନ ଅଳଙ୍କୃତ କରି ସଭାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ସବିଶେଷ ଆଲୋଚନା କରିଥିଲେ l ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ବେହେରା ଉପସ୍ଥିତରହି ନିଜସ୍ୱ ବକ୍ତବ୍ୟ ପ୍ରଦାନ କରିଥିଲେ l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାଧୁଚରଣ ଦଣ୍ଡସେନା, ଗୁପ୍ତେଶ୍ୱର ନାୟକ ସମ୍ମାନିତ ଅତିଥି ଭାବେ ଆସନ ଅଳଙ୍କୃତ କରି ପିଲାମାନଙ୍କର ଭବିଷ୍ୟତ କିପରି ଉଜ୍ଜ୍ୱଳ ହୋଇପାରିବ, ସେମାନେ କିପରି ସୁରକ୍ଷିତ ରହିପାରିବେ, ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ, ଉପଯୁକ୍ତ ସମୟରେ ବିଦ୍ୟାଳୟରେ ନାମ ଲେଖାଇବେ ଏବଂ ପୁଅ ଝିଅର ଫରକ ମନ ମଧ୍ୟରୁ ଦୂର କରିବେ ଏହିସବୁ ବିଷୟରେ ସବିଶେଷ ଆଲୋଚନା କରିଥିଲେ l

ଉକ୍ତ ଅବସରରେ ମଧ୍ୟ ଶିକ୍ଷକ ତାରିଣୀ ଚରଣ ମଣ୍ଡଳ କନ୍ୟାକୁ ବଞ୍ଚାଅ ଏବଂ କନ୍ୟାକୁ ପଢାଅ, କେଦାରନାଥ କର ମୋବାଇଲର ସଦ ବ୍ୟବହାର, ଏବଂ ପ୍ରଜ୍ଞାଦୀପ୍ତା ପାଇକ କିଶୋରୀ ବାଳିକା ମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ବିଷୟରେ ଆଲୋକ ପାତ କରାଇଥିଲେ lବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଵା ସହିତ lସଂସ୍କୃତ ଶିକ୍ଷକ ପ୍ରହ୍ଲାଦ ଶିଅଳ ମଞ୍ଚ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here