ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଲେ ନବୀନ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ଭିକେ ପାଣ୍ଡିଆନଙ୍କ ସପକ୍ଷରେ ପୁଣି ବାହାରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପାଣ୍ଡିଆନକୁ ନେଇ ଏକ ଇଂରାଜୀ ଦୈନିକ ଖବର କାଗଜରେ ପ୍ରକାଶିତ ଖବରକୁ ଖଣ୍ଡନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗତ କେଇ ସପ୍ତାହ ଧରି ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଅମିତ ଶାହାଙ୍କୁ ଭେଟିବାକୁ ପାଣ୍ଡିଆନ ଉଦ୍ୟମ କରୁଥିବା ନେଇ ଖବର ପ୍ରକାଶ ପାଇଥିଲା। କେବଳ ଏତିକି ନୁହେଁ, ବରଂ ବିଜେଡିରେ ଫାଟ ସୃଷ୍ଟି କରିବା ସହ ରାଜ୍ୟରେ ବିଜେପି ସଙ୍ଗଠନକୁ ଶକ୍ତିଶାଳୀ କରିବାରେ ସହଯୋଗ କରିବେ ବୋଲି ବିଜେପି ନେତୃବୃନ୍ଦକୁ ଅଫର ଦେଇଥିବା ନେଇ ଖବର ପ୍ରକାଶ ପାଇବା ପରେ ମୁହଁ ଖୋଲିଛନ୍ତି ନବୀନ। ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ନବୀନ । ସେ ସୋସିଆଲ ମିଡିଆରେ ଲେଖିଛନ୍ତି କି, ‘ମୁଁ ପୂର୍ବରୁ ବି କହିଥିଲି ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ନିଷ୍ଠାପର ଭାବେ କାମ କରିଥିଲେ । ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି । ପାଣ୍ଡିଆନ ଏହି ଦକ୍ଷତା ଓ ନିଷ୍ଠା ପାଇଁ ଜଣାଶୁଣା’ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ନିର୍ବାଚନ ପରାଜୟ ପରେ ଭିକେ ପାଣ୍ଡିଆନଙ୍କୁ ନେଇ ଚାରିଆଡେ ବିରୋଧର ସ୍ୱର ଉଠିଥିଲା । ବିଭିନ୍ନ ମହଲରୁ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ । ତେବେ ଏହି ସମୟରେ ପ୍ରତିକ୍ରିୟା ରଖିଥିଲେ ନବୀନ ପଟ୍ଟନାୟକ । ସେତେବେଳେ ସେ ଭିକେ ପାଣ୍ଡିଆନଙ୍କୁ କ୍ଲିଟଚିଟ୍ ଦେଇଥିଲେ । ଏବେ ପୁଣି ଥରେ ସେହି ପୁରୁଣା କଥାକୁ ନବୀନ ଦୋହରାଇଛନ୍ତି ।ପୁଣି ଥରେ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ନବୀନ। ନିଜ X ଆକାଉଣ୍ଟରେ ପାଣ୍ଡିଆନଙ୍କ ସପକ୍ଷରେ କହିଛନ୍ତି ନବୀନ।

LEAVE A REPLY

Please enter your comment!
Please enter your name here