ନବୀନ ୯ମ ଥର ବିଜେଡି ସଭାପତି

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନବୀନ ପୁଣି ହେଲେ ବିଜେଡ଼ିର ସଭାପତି । ସେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଆଜି ଠୁ ବିଜେଡ଼ିରେ ସେ ପୁଣି ନିର୍ବିବାଦୀୟ ନବମ ଥର ପାଇଁ ସଭାପତି ଭାବେ କାର୍ଯ୍ୟ ଆରମ୍ଭ କଲେ। ନବୀନଙ୍କ ବିପକ୍ଷରେ ସଭାପତି ପଦ ପାଇଁ ପ୍ରତିଯୋଗୀତା କରିବାକୁ କେହି ନଥିଲେ । ପ୍ରତିଦ୍ୱନ୍ଦି ନଥିବାରୁ ନବୀନ ପୁଣି ଥରେ ସଭାପତି ।

ନବୀନ ସଭାପତି ହେବାପରେ ବିଜେଡ଼ିର ରାଜନୀତି ଟିକେ ତେରଛା ଯିବ ବୋଲି କୁହାଯାଉଛି । ନବୀନଙ୍କର ସ୍ଥିତିକୁ ଦେଖିଲେ ଦଳ ପରିଚାଳନା କରିବା ତାଙ୍କ ପାଖେ ସେତେ ସହଜ ନୁହେଁ । ଏହା ବ୍ୟତୀତ ନବୀନଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଅଛି । ଯାହାକୁ ଦେଖିଲେ ସେ ବିଜେପି ବିରୁଦ୍ଧରେ ସେତେ ଦୃଢ ପଦକ୍ଷେପ ନେଇ ପାରିବେ ନାହିଁ ବା ସରକାରଙ୍କୁ ସେତେ ଚ୍ୟାଲେଞ୍ଜ କରିପାରିବେ ନାହିଁ । ସେଥି ପାଇଁ ଦଳର ନେତାରେ ପରିବର୍ତ୍ତନ ହେବ ବୋଲି ଆଶା ଯୋର ଧରିଲାଣି ।

ନବୀନ ଦଳର ନେତା ପଦରୁ ଓହରିବେ । କେବଳ ସଭାପତି ରହିବେ । ହେଲେ ନବୀନ ଯଦି ନେତାପଦ ଛାଡନ୍ତି, ତାହେଲେ କାହାକୁ କରିବେ ନେତା । ନେତା ତାଲିକାରେ ତ ଅନେକ ଆଶାୟୀ ରହିଛନ୍ତି । ହେଲେ ସମସ୍ତଙ୍କ ଭିତରେ ଦ୍ୱନ୍ଦ ଅଛି । କିଏ ନବୀନଙ୍କର ପ୍ରିୟ ? କାହା ଉପରେ ନବୀନ ଭରସା କରିବେ । ୨୫ ବର୍ଷ ଧରି ନବୀନ ବିଜେଡ଼ି ଗଠନ ଠାରୁ ନବୀନ କାହା ଉପରେ ଭରସା କରପାରି ନାହାନ୍ତି । ବିଜେଡ଼ି ଗଠନର ପ୍ରମୁଖ ଦାୟୀତ୍ୱ ନେଇଥିବା ଦିଲ୍ଲୀପ ରାୟ, ସ୍ୱର୍ଗତ ରାମକୃଷ୍ଣ ପଟନାୟକ, ବିଜୟ ମହାପାତ୍ର, ପ୍ରଫୁଲ୍ଲ ଘଡେଇଙ୍କ ଭଳି ଅନେକ ନେତାଙ୍କୁ ସେ ଗୋଡ଼ରେ ଆଡ଼େଇ ଦେଇଛନ୍ତି । ସେମାନଙ୍କ ଉପରେ ଭରସା କରିପାରି ନାହାନ୍ତି ।

ପରପିଢ଼ିର ନେତା ସଂଜୟ ଦାସ ବର୍ମା, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟଙ୍କ ଭଳି ନେତାଙ୍କୁ ବି ସେ ପୂରା ଭରସି ପାରୁନାହାନ୍ତି । ବଦ୍ରୀ ପାତ୍ର, ପ୍ରତାପ ଦେବଙ୍କ ଉପରେ ଭରସା କରିହେବ ନାହିଁ ବା ତାଙ୍କୁ ଦାୟିତ୍ୱ ଦେବା ସମ୍ଭବ ବି ନୁହେଁ । ଏହାରି ଭିତରେ କାହାକୁ ଦାୟିତ୍ୱ ଦେବେ ବୋଲି ସମସ୍ତଙ୍କ ମଧ୍ୟରେ ଏବେ କଳ୍ପନା ଜଳ୍ପନା ବଢିଯାଇଛି ।

କିଛି ତ ଭିକେ ପାଣ୍ଡିଆନଙ୍କୁ ନେତା କରପାରନ୍ତି ବୋଲି ଆକଳନ କରୁଛନ୍ତି । ଆନ୍ୟ କିଛି ଓଡ଼ିଆ ଝିଅ ସୁଜାତା ରାଉତଙ୍କ ନାଁ କହୁଛନ୍ତି । ଏହାରି ମଧ୍ୟରେ ସଂତୃପ୍ତ ମିଶ୍ରଙ୍କ ନାଁ ବି ମଧ୍ୟ ଅଛି । ଓଡ଼ିଆ ପୁ, ଶିକ୍ଷିତ ଏବଂ ଆଗକୁ ଚିନ୍ତା କରିବା, ଓଡ଼ିଶା ପାଇଁ ସ୍ୱପ୍ନ ଦେଖିବା, ତାଙ୍କର ଆଭିମୁଖ୍ୟ ବି ସ୍ପଷ୍ଟ ଅଛି । ସେ ହୀନ ରାଜନୀତି ନୁହେଁ, ବିକାଶ ଯୁକ୍ତ ରାଜନୀତିକୁ ଗ୍ରହଣ କରନ୍ତି । ସେଥି ପାଇଁ ତାଙ୍କ ନାଁ ବି ଚର୍ଚ୍ଚାକୁ ଆସିଲାଣି । ପ୍ରତାପ ଜେନା, ଅରୁଣ ସାହୁ, ସଂଜୟ ଦାସ ବର୍ମା, ପ୍ରଣବ ପ୍ରକାଶ ଦାସ ଏମାନେ ମନେ ମନେ କାଳେ ଲଡୁ ଖାଉଛନ୍ତି । ହେଲେ ବାହାରକୁ ଦେଖେଇ ପାରୁନାହାନ୍ତି । ସବୁ ଅପେକ୍ଷା କରିଛନ୍ତି ନବୀନ କାହାକୁ ବାଛିବେ । ଦେଖାଯାଉ ନବୀନ ସଭାପତି ହେଲାପରେ ନେତୃତ୍ୱ କାହାକୁ ଦେବେ, କାହାକୁ ହସ୍ତାନ୍ତର କରିବେ ତାଙ୍କ ପରର ଦାୟିତ୍ୱ ?

 

LEAVE A REPLY

Please enter your comment!
Please enter your name here