ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିଜୁ ଜନତା ଦଳର ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ନବୀନ ପଟ୍ଟନାୟକ । ଶଙ୍ଖ ଭବନରେ ସଭାପତି ପଦ ପାଇଁ ନବୀନ ବିଧିବଦ୍ଧ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ନବମ ଥର ପାଇଁ ସେ ବିଜେଡିର ସଭାପତି ହେବା ଏକପ୍ରକାର ପକ୍କା । ଏନେଇ ଆସନ୍ତା ୧୯ ତାରିଖରେ ବିଧିବଦ୍ଧ ଭାବେ ନାଁ ଘୋଷଣା ହେବ । ତେବେ ସାଧାରଣ ନିର୍ବାଚନ ୨୦୨୪ରେ ପରାଜୟ ପରେ ପୁଣି ଦଳ ସଜାଡୁଛି ବିଜେଡି। ଏବେ ଦଳର ସାଂଗଠନିକ ନିର୍ବାଚନ ଚାଲିଥିବା ବେଳେ ନବୀନ ପୁଣି ଥରେ ବିଜେଡି ସଭାପତି ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ବିଜେଡି ସଭାପତି ପଦ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ସୂଚନା ଦେଇଥିଲେ। ତେବେ ବିଜେଡି ସଭାପତି ରେସରେ ଆଉ କେହିନଥିବାରୁ ନବୀନ ପଟ୍ଟନାୟକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ନିଶ୍ଚିତ ହୋଇଯାଇଛି।