ପାଣ୍ଡିଆନଙ୍କ ସପକ୍ଷରେ ନବୀନ !

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବିଜେଡି ବିପର୍ଯ୍ୟୟର ୪ ଦିନ ପରେ ମୁହଁ ଖୋଲିଲେ। ପରାଜୟ ସଂପର୍କରେ କମ୍, ପାଣ୍ଡିଆନ୍‌ଙ୍କ ପାଇଁ ବେଶି ବ୍ୟାଟିଂ କଲେ ଦଳପତି ନବୀନ ପଟ୍ଟନାୟକ। ଶୋଚନୀୟ ପରାଜୟକୁ ନେଇ ଦଳର ଗୋଟିଏ ଗୋଷ୍ଠୀ ପାଣ୍ଡିଆନ୍‌ଙ୍କୁ ଦାୟୀ କରି ବର୍ଷୁଥିଲା ବେଳେ, ନବୀନଙ୍କ ମୁହଁରେ ପାଣ୍ଡିଆନ୍‌ଙ୍କ ପ୍ରଶଂସାର କାରଣ-ଚାପ ନା ଅସହାୟତା ତାକୁ ନେଇ ଉଠିଛି ପ୍ରଶ୍ନ ଘେରିଛି ବିଜେପି> ଦଳର ବିପର୍ଯୟ ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଆଜି ପାଣ୍ଡିଆନ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ପରାଜୟ ସମ୍ପର୍କରେ କମ୍, ପାଣ୍ଡିଆନ୍‌ଙ୍କ ଗୁଣଗାନରେ ଅଧିକ ଶବ୍ଦ ବିନିମୟ କରି ନବୀନ କହିଛନ୍ତି, ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ। ନବୀନଙ୍କ ଉତରାଧିକାରୀ ନୁହଁନ୍ତି ଭି.କେ ପାଣ୍ଡିଆନ୍ । ପୁଣି ଥରେ ନବୀନ ପଟ୍ଟନାୟକ ଏନେଇ ସ୍ପଷ୍ଟ କରିଛନ୍ତି । ତାଙ୍କ ଉତରାଧିକାରୀ କିଏ ହେବେ, ସେନେଇ ରାଜ୍ୟବାସୀ ନିଷ୍ପତି ନେବେ ବୋଲି ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ନବୀନ ।

ଏହା ସହ ବିଜେଡି ନେତା ଭି.କେ ପାଣ୍ଡିଆନ୍ଙ୍କୁ ନେଇ କରାଯାଉଥିବା ସମାଲୋଚନାକୁ ସେ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ପାଣ୍ଡିଆନ୍ ବିଜେଡିର କୌଣସି ପଦପଦବୀରେ ନାହାନ୍ତି ।ନିର୍ବାଚନରେ ମଧ୍ୟ ପ୍ରତିନ୍ଦ୍ୱନ୍ଦିତା କରିନାହାନ୍ତି । ଦୁଇ ଦୁଇଟି ବାତ୍ୟା ଓ କରୋନା ସମୟରେ ସୁପରିଚାଳନା କରିଛନ୍ତି । ଏହା ଛଡ଼ା ତାଙ୍କ ନିଜ ସ୍ୱାସ୍ଥ୍ୟ ସମ୍ପର୍କୀୟ ସମସ୍ତ ଗୁଜବକୁ ସେ ଖଣ୍ଡନ କରିଛନ୍ତି । ନିର୍ବାଚନ ଫଳାଫଳ ପରେ ଜାତୀୟ ଗଣମାଧ୍ୟମକୁ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ଦେଇଛନ୍ତି ନବୀନ ପଟ୍ଟନାୟକ ।

ତେବେ ଯେତେବେଳେ ପୁତୁରା ଅରୁଣ ପଟ୍ଟନାୟକ ନବୀନ ନିବାସ ଆସିଛନ୍ତି ବୋଲି ଚର୍ଚ୍ଚା ହେଉଛି, ସେହି ସମୟରେ ଉତରାଧିକାରୀ ନେଇ ଜାତୀୟ ଗଣମାଧ୍ୟମକୁ ନବୀନ ପ୍ରତିକ୍ରିୟା ଦେବା ନୂଆ ଚର୍ଚ୍ଚାକୁ ଖୋରାକୁ ଯୋଗାଇଛି । ଚର୍ଚ୍ଚା ହେଉଛି, ଅରୁଣ ପଟ୍ଟନାୟକ ଗତକାଲିଠାରୁ ଓଡ଼ିଶା ଆସିଛନ୍ତି । ବିଜେଡିର ବିପର୍ଯ୍ୟୟ ପରେ ନବୀନ ନିବାସ ଆସି ଦାଦାଙ୍କ ସହ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here