ନବୀନ ଅସୁସ୍ଥ : ମୁମ୍ବାଇ ଯିବେ ଚିକିତ୍ସା ପାଇଁ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ । ଆସନ୍ତା ୨୨ ତାରିଖରେ ମୁମ୍ବାଇର କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲକୁ ଯିବେ । ନବୀନ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ରେ ପୀଡିତ ଅଛନ୍ତି । ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ‘X’ ମାଧ୍ୟମରେ ସ୍ୱୀକାର କରିଛନ୍ତି ସେ ଅସୁସ୍ଥ ବୋଲି । ଏହାର ଚିକିତ୍ସା ପାଇଁ ସେ ମୁମ୍ବାଇ ଯିବେ ବୋଲି ଜଣାଇଛନ୍ତି ।ନବୀନ ଏକ୍ସରେ ଲେଖିଛନ୍ତି, ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ୨୨ ତାରିଖରେ ମୁଁ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବି । ମୋର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ପରୀକ୍ଷା କରିବେ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଓଡ଼ିଆ ଭାଇଭଉଣୀଙ୍କ ଶୁଭକାମନା ଚାହୁଁଛି । ଶୀଘ୍ର ଫେରି ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି ବୋଲି କହିଛନ୍ତି ନବୀନ ।

LEAVE A REPLY

Please enter your comment!
Please enter your name here