ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, ୫ରୁ ୬ ଦିନ ପରେ ହସ୍ପିଟାଲରୁ ହେବେ ଡିସଚାର୍ଜ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି ନବୀନ ପଟ୍ଟନାୟକ । ସର୍ଜରୀ ପରେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଗତକାଲି କିଛି ପାଦ ଚଲାବୁଲା ମଧ୍ୟ କରିଛନ୍ତି । ମୁମ୍ବାଇର କୋକିଳାବେନ ଧୀରୁବାଇ ଅମ୍ବାନୀ ହସପିଟାଲରେ ସର୍ଭାଇକାଲ ଆର୍ଥ୍ରାଇଟିସ ଅପରେସନ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ପ୍ରାୟ ୪ଘଣ୍ଟାର ଥିଲା ଅପରେସନ ପ୍ରକ୍ରିୟା । ମୁଖ୍ୟ ସର୍ଜରୀ ଥିଲା ପ୍ରାୟ ୨ଘଣ୍ଟା । ଆଜି ନବୀନଙ୍କୁ ରୁମକୁ ସିଫ୍ଟ କରାଯିବ । ୪ରୁ ୫ ଦିନ ପରେ ନବୀନଙ୍କୁ ଡିସଚାର୍ଜ କରାଯିବ । ହସପିଟାଲରୁ ଡିସଚାର୍ଜ ହେବା ପରେ ନବୀନଙ୍କୁ ସ୍ପାଇନ ସର୍ଜରୀ ପାଇଁ ନିୟମିତ ଫିଜିଓଥେରାପି କରିବାକୁ ପଡ଼ିବ ବୋଲି କହିଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ବ୍ୟକ୍ତ କରିଥିବା ଓ ଆରୋଗ୍ଯ ଲାଭ ପାଇଁ ପ୍ରାର୍ଥନା କରିଥିବା ଓଡିଶାବାସୀ ଓ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଡ଼ ଭାଇ ପ୍ରେମ ପଟ୍ଟନାୟକ। ସେପଟେ ନବୀନ ଆଶୁ ଆରୋଗ୍ୟ କାମନା କରି ବିଭିନ୍ନ ଦେବପୀଠରେ ଚାଲିଛି ପୂଜାର୍ଚ୍ଚନା ।.

 

ଦୀର୍ଘ ଦିନ ହେବ ସର୍ଭିକାଲ ଆଥ୍ରାଇଟିସରେ ନବୀନ ପୀଡିତ ଥିବା ବେଳେ ଚଳିତ ମାସରେ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଥିଲେ । ଜୁନ ୨୦ ତାରିଖ ଦିନ ସର୍ଭିକାଲ ଆଥ୍ରାଇଟିସ ଚିକିତ୍ସା ପାଇଁ ମୁମ୍ବାଇ ବାହାରିଥିଲେ ନବୀନ ପଟ୍ଟନାୟକ । ସେ ମୁମ୍ବାଇ ଯିବା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ବିଜେଡି ନେତା ଓ କର୍ମୀ ତାଙ୍କୁ ବିଦାୟ ଦେଇଥିଲେ । ତାଙ୍କ ସୁସ୍ଥତା କାମନା କରି ସମସ୍ତ କର୍ମୀ ମାନେ ପୂଜାର୍ଚ୍ଚନାର ଆୟୋଜନ କରିଥିଲେ । ଖାଲି କର୍ମୀ ନୁହନ୍ତି ବରଂ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପୂଜାର୍ଚ୍ଚନା କରାଯାଉଛି। ଦୀପ ପ୍ରଜ୍ବଳନ ସହ ସାମୂହିକ ପ୍ରାର୍ଥନା କରାଯାଉଛି । ୨୪ ବର୍ଷ ଧରି ରାଜ୍ୟ ଶାସନ କରିଥିବା ବେଳେ ଆଜିବି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here