ମୁମ୍ବାଇ ଗସ୍ତରେ ନବୀନ ପଟ୍ଟନାୟକ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ମୁମ୍ବାଇ ଗସ୍ତରେ ନବୀନ ପଟ୍ଟନାୟକ। ସର୍ଭାଇକାଲ ଆଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ୨୨ତାରିଖରେ ମୁମ୍ବାଇ କୋକିଳାବେନ ଧୀରୁ ଭାଇ ଅମ୍ବାନୀ ହସପିଟାଲରେ ହେବ ଅସ୍ତ୍ରୋପଚାର ଚିକିତ୍ସା । ଏଥିପାଇଁ ମୁମ୍ବାଇରେ ଡାକ୍ତରଙ୍କ ସହ ଯୋଗାଯୋଗରେ ଅଛନ୍ତି ପ୍ରଖ୍ୟାତ ହୃଦରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା ।

ଅନ୍ୟପଟେ ନବୀନଙ୍କ ପାଇଁ ଚାରିଆଡ଼ୁ ଛୁଟିଛି ଆଶୁ ଆରୋଗ୍ୟ କାମନା । ନବୀନ ନିବାସରେ ମହିଳା ନେତ୍ରୀ ମାନେ କଳସ ବସାଇ, ଶଙ୍ଖ ହୁଳହୁଳି ପକାଇ ଶୁଭ ମନାସିଛନ୍ତି । ସେହିପରି ବିମାନବନ୍ଦରରେ ବିଜେଡିର ବରିଷ୍ଠ ନେତା ଉପସ୍ଥିତ ରହି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏୟାର ପୋର୍ଟରେ ବିଜେଡି ନେତା ଓ କର୍ମୀଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ହଜାର ହଜାର ଜନତା ଉପସ୍ଥିତ ରହି ଆଶୁ ଆରୋଗ୍ୟ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here