ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ନବୀନ 

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ):- ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ରଘୁବର ଦାସଙ୍କ ଦ୍ୱାରା ଅଭିଭାଷଣ ରଖାଯିବା ପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହାକୁ ସମର୍ଥନ କରିଥିଲେ ବିରୋଧୀ । ଏହାପରେ ଗୃହକୁ ଆସନ୍ତା କାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।ସୋମବାର ବିଧାନସଭା ଗୃହ ମୁଲତବୀ ହେବା ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ।ନବୀନ ବାହାରକୁ ଆସି କହିଥିଲେ, “ମୁଁ ଓ ମୋ ପାର୍ଟି ଦୁଃଖିତ ଏବଂ ଆଶ୍ଚର୍ଯ୍ୟ । ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଘଟଣାରେ ବର୍ତ୍ତମାନର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ରାଜ୍ୟରେ ଆଇନଶୃଙ୍ଖଳାକୁ ଭାଙ୍ଗି ଦିଆଯାଇଛି ।”ଏଥିସହ ନବୀନ ନିଜ ସରକାରର ଉଦାହରଣ ଦେଇ ଆହୁରି ମଧ୍ୟ କହିଥିଲେ ଯେ, ମୁଁ ଯେତେବେଳେ ସରକାରରେ ଥିଲି, ସେତେବେଲେ ମନ୍ତ୍ରୀ,ବିଧାୟକ, ସାଂସଦ କିମ୍ବା କୌଣସି ସରକାରୀ କର୍ମଚାରୀ ନିୟମ ଭାଙ୍ଗିଲେ ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା । ତେଣୁ ବର୍ତ୍ତମାନର ରାଜ୍ୟ ସରକାର ଆଇନ୍ ଅନୁସାରେ କାମ କରିବା ଉଚିତ୍ ବୋଲି ନବୀନ ସୋମବାର କହିଛନ୍ତି ।

LEAVE A REPLY

Please enter your comment!
Please enter your name here