ବିପ୍ଲବୀ ପରିକ୍ରମା ଡିଜିଟାଲ :- ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର ହେଲା ସଫଳ । ସର୍ଭିକାଲ୍ ଆର୍ଥ୍ରାଇଟିସ୍ ରୋଗର ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିଲେ । ସେଠାରେ ସେ କୋକିଳା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଅପରେସନ କରାଇଥିଲେ । ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ ହେଉଥିଲା ଚିକିତ୍ସା । ତେବେ ଅପରେସନ୍ ସଫଳ ହେବା ପରେ ସେ ଦୁଇଦିନ ଅବଜରଭେସନ୍ରେ ରହିବା ସହ ୫/୬ ଦିନ ଭିତରେ ଡିସ୍ଚାର୍ଜ ହେବା ନେଇ ସୂଚନା ମିଳିଛି ।

ସେ ମୁମ୍ବାଇ ଯିବା ପରଠାରୁ ଓଡ଼ିଶା ସମେତ ଦିଲ୍ଲୀରେ ମଧ୍ୟ ବିଭିନ୍ନ ମନ୍ଦିରରେ ତାଙ୍କ ପାଇଁ ଚାଲିଥିଲା ପୂଜାର୍ଚ୍ଚନା । ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ବିଜେଡି କର୍ମୀମାନେ ଦୀପ ଦାନ କରିଥିଲେ ।