ଗଞ୍ଜାମ, ଗୋପାଳପୁର( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗୋପାଳପୁର ବନ୍ଦରରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ INS ‘କୁଠାର’ ଗୋପାଳପୁର ବନ୍ଦର ନିକଟ ବର୍ଥ ନଂ.୧ ରେ ରବିବାର ଲଙ୍ଗର ପକାଇଛି। ଏହି ଜାହାଜକୁ ଦେଖିବାକୁ ସକାଳ ୯ଟାରୁ ଅପରାହ୍ନ ସାଢେ ୪ଟାଯାଏ ପର୍ଯ୍ୟଟକ, ସ୍ଥାନୀୟ ବାସିନ୍ଦା ଏବଂ ଛାତ୍ରୀଛାତ୍ର ନିମନ୍ତେ ଖୋଲା ରଖାଯାଇଛି । ନୌସେନା ସପ୍ତାହ ପାଳନ ଅବସରରେ ବିଶାଖାପାଟଣାରୁ ଭାରତୀୟ ନୌସେନାର ଦୁଇଟି ଜାହାଜ ପାରାନ୍ଦୀପ ବନ୍ଦର ଓ ଗୋପାଳପୁର ବନ୍ଦରକୁ ଆସିଛି l ଜାହାଜର ଯୁଦ୍ଧ କ୍ଷମତା ଓ ଶକ୍ତି ବିଷୟରେ ଗାଇଡ୍ଙ୍କଠାରୁ ସମସ୍ତ ବିଷୟ ପଚାରି ବୁଝିବା ସହ ବିଭିନ୍ନ ପରିସ୍ଥିତରେ କେଉଁ ଭଳି ଜାହାଜ ଏବଂ ଏହାର କର୍ମଚାରୀ କିଭଳି କାର୍ଯ୍ୟ କରନ୍ତି ତାହା ବୁଝି ପାରୁଛନ୍ତି। ଏଥିରେ ଏନ୍ସିସି, ସ୍କାଉଟ୍ ଏବଂ ଅନ୍ୟାନ୍ୟ ଛାତ୍ରୀଛାତ୍ର ବିଭିନ୍ନ ଶିକ୍ଷା ଲାଭ କରିପାରୁଛନ୍ତି। ଦୁଇଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଥିଲା ବେଳେ ଡିସେମ୍ବର ୬ ରେ ପୁରୀ ଠାରେ ଆୟୋଜିତ ନୌସେନା ଦିବସ ରେ ସାମିଲ ହେବ ଏହି ଜାହାଜ l ତେବେ ପ୍ରଥମ ଥର ପାଇଁ କୌଣସି ଏକ ଯୁଦ୍ଧ ଜାହାଜକୁ ନିକଟରେ ଦେଖିବାର ସୁଯୋଗ ପାଇଥିଲେ ଜନସାଧାରଣ । ସେଥିପାଇଁ ଗୋପାଳପୁର ପୋର୍ଟ କତ୍ତୃପକ୍ଷଙ୍କ ତରଫରୁ ଏକ ସ୍ୱତନ୍ତ୍ର ବସ ବ୍ୟବସ୍ଥା କରାଯାଇ ଲୋକଙ୍କୁ ଜାହାଜ ନିକଟକୁ ଅଣାଯାଉଥିଲା ଏହା ସହ ସ୍କୁଲ ପିଲାମାନେ ମଧ୍ୟ ଯୁଦ୍ଧ ଜାହାଜ ବୁଲି ଏହାର କାର୍ଯ୍ୟଶୈଳୀ ବିଷୟରେ ପଚାରି ବୁଝି ଥିଲେ l
ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଯୁଦ୍ଧ ଜାହାଜ ଟି ୧୯୯୦ ମସିହା ଜୁନ ୭ ତାରିଖରେ ଭାରତୀୟ ନୌସେନାରେ ନିୟୋଜିତ ହୋଇଥିଲା । ଯାହାର କ୍ଷମତା ୧୪୦୦ ଟନ ଥିବା ବେଳେ ଦର୍ଘ୍ୟ ୯୧ ମିଟର,୧୨ ଜଣ ଅଫିସର ଏବଂ ୧୨୦ ଜଣ ନାବିକଙ୍କ ଦ୍ଵାରା ପରିଚାଳିତ ଏହି ଜାହାଜ ଟି ଅସ୍ତ୍ରଶସ୍ତ୍ର ଏବଂ ସେନ୍ସର ସଜିତ ହୋଇରହିଛି । ସରଫେସ ଟୁ ସରଫେସ ମିସାଇଲ ସହ ଚାଫ ଲଂଚର, ମିଡିୟମ ଏବଂ କ୍ଲୋଜ ରେଞ୍ଜ ବନ୍ଧୁକ, ଚାଫ ଲଂଚର ଏଥିରେ ଅନ୍ତର୍ଭୁକ୍ତ ହୋଇରହିଛି l ଏହା ସହ ଚେତକ ବିମାନ ଚଲାଇବାରେ ମଧ୍ୟ ସକ୍ଷମ ଏହି ଜାହାଜ । ଉପକୂଳ ତଥା ଅଫଶୋର ପେଟ୍ରୋଲିଂ, ସମୁଦ୍ର ତଦାରଖ ଏବଂ ସାଗର ଲାଇନ୍ ଅଫ୍ କମ୍ୟୁନିକେସନ୍, ଆତଙ୍କବାଦ ବିରୋଧୀ ତଥା ଡକାୟତି ବିରୋଧୀ କାର୍ଯ୍ୟ ସହିତ ବିଭିନ୍ନ ଭୂମିକା ତୁଲାଇବାରେ ସକ୍ଷମ ଅଟେ।ଜାହାଜର ଉଦ୍ଦେଶ୍ୟ ‘ଭଗବାନଙ୍କୁ ଭୟ କର ଏବଂ ଭୟ କର ନାହିଁ’ ‘ପ୍ୟାନ୍ ଇଣ୍ଡିଆ’ କୋଷ୍ଟାଲ୍ ଡିଫେନ୍ସ ବ୍ୟାୟାମ ‘ସାଗର ଭିଜିଲ୍ -24’ର ଚତୁର୍ଥ ସଂସ୍କରଣରେ’ ଆଇଏନ୍ଏସ୍ କୁଠାର ‘ଅଂଶଗ୍ରହଣ କରିଥିଲା, ଯାହାଦ୍ୱାରା ସାମୁଦ୍ରିକ ସୁରକ୍ଷା ବିଷୟରେ ଉପକୂଳବର୍ତ୍ତୀ ସମ୍ପ୍ରଦାୟ ମଧ୍ୟରେ ସଚେତନତା ସୃଷ୍ଟି ହୋଇଥିଲା ଏବଂ ଏହିପରି ଭାବରେ ମତ୍ସ୍ୟ ସମ୍ପ୍ରଦାୟ, ଉପକୂଳବର୍ତ୍ତୀ ଜନସାଧାରଣ ଏବଂ ଏନସିସି ଏବଂ ଭାରତର ଛାତ୍ରଛାତ୍ରୀଙ୍କ ମଧ୍ୟ ସମ୍ପୃକ୍ତି ରହିଥିଲା।