ବିପ୍ଲବୀ ପରିକ୍ରମା ଡିଜିଟାଲ :- ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ଆରମ୍ଭ ହୋଇଯାଇଛି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ (NEET UG) ଟେଷ୍ଟ ପରୀକ୍ଷା । ଅପରାହ୍ନ ୨ ଟାରୁ ପରୀକ୍ଷା ଆରମ୍ଭ ହୋଇ ସନ୍ଧ୍ୟା ୫ ଟା ଯାଏଁ ୩ ଘଣ୍ଟା ଧରି ପରୀକ୍ଷା ଜାରି ରହିବ । ପେନ ଓ ପେପର ଫର୍ମାଟରେ ପରୀକ୍ଷା ଦେଉଛନ୍ତି ଆଶାୟୀ ଛାତ୍ରଛାତ୍ରୀ । ଜୁନ ୧୪ ତାରିଖରେ ଫଳ ପ୍ରକାଶ ପାଇବ । ଚଳିତ ବର୍ଷ ପରୀକ୍ଷା ପାଇଁ ୨୨. ୭ ଲକ୍ଷରୁ ଅଧିକ ଡାକ୍ତରୀ ଆଶାୟୀ ପଞ୍ଜିକରଣ କରିଥିଲେ ।ଓଡ଼ିଶାରୁ ପ୍ରାୟ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନୀଟ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି। ଓଡିଶାରେ ଭୁବନେଶ୍ବର,କଟକ ,ବରଗଡ଼, ଭଦ୍ରକ, ବାଲେଶ୍ଵର, ଢେଙ୍କାନାଳ, ମୟୂରଭଞ୍ଜ, ଝାରସୁଗୁଡ଼ା, ଯାଜପୁର ଜଗତସିଂହପୁର, ନବରଙ୍ଗପୁର, କେନ୍ଦ୍ରାପଡ଼ା, ନୂଆପଡ଼ା, ଅନୁଗୋଳ, ବଲାଙ୍ଗୀର, ସୁବର୍ଣ୍ଣପୁର, ମାଲକାନଗିରି, ପୁରୀ ଗଂଜାମ, ରାୟଗଡ଼ା, ପାରଳାଖେମୁଣ୍ଡି, ସୁନରଗଡ ବଲାଙ୍ଗୀର ଓ କଳାହାଣ୍ଡି ଭଳି ଜିଲ୍ଲାରେ ନିଟ ପରୀକ୍ଷା ପାଇଁ କେନ୍ଦ୍ର ରହିଛି। ଏହା ସହିତ ବିଶେଷ ଭାବରେ କେନ୍ଦ୍ରକୁ ଅତ୍ୟାଧୁନିକ ଯନ୍ତ୍ରପାତି, ମୋବାଇଲ ଡିଜିଟାଲ ଘଣ୍ଟା ଓ କାଲକୁଲଟତର ନେବା ପାଇଁ ନିଷେଧ କରାଯାଇଛି।ଦେଶର 5ଶହରୁ ଅଧିକ ସହରରେ ୫୪୫୩ କେନ୍ଦ୍ର ଏବଂ ବିଦେଶର ୧୩ଟି ସହରରେ NEET(UG) ୨୦୨୫ ପରୀକ୍ଷା ଆରମ୍ଭ ହୋଇଛି ।