ବିପ୍ଲବୀ ପରିକ୍ରମା ଡିଜିଟାଲ :-ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ନେଇ ତାରିଖ ଘୋଷଣା କଲା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି । ଆସନ୍ତା ମେ ୪ତାରିଖରେ ନିଟ-ୟୁଜି (NEET-UG) ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନ ପ୍ରକ୍ରିୟା ଗତକାଲି ଶୁକ୍ରବାର( ଫେବୃଆରୀ ୭ ) ଠାରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ମାର୍ଚ୍ଚ ୭ ରହିଛି । ଏନଟିଏର ଅଫିସିଆଲ ଓ୍ବେବସାଇଟ (neet.nta.nic.in)ରେ ଆବେଦନ କରିପାରିବେ ଆଶାୟୀ ଛାତ୍ରଛାତ୍ରୀ । NEET UG ୨୦୨୫ ପେନ୍-ପେପର ଫର୍ମାଟରେ ଅନୁଷ୍ଠିତ ହେବ । ମେ ୧ ତାରିଖ ନଚେତ ତା ପୂର୍ବରୁ ଏନଟିଏ ଓ୍ବେବସାଇଟରେ ଆଡମିଟ୍କାର୍ଡ ଉପଲବ୍ଧ ରହିବ । ଗୋଟିଏ ସିପ୍ଟରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ପରୀକ୍ଷା ଚାଲିବ । ଜୁନ ୧୪ ତାରିଖରେ ଫଳ ପ୍ରକାଶ ପାଇବ ।