ନୂଆପଡା ( ବିପ୍ଲବୀ ପରିକ୍ରମା ):- ବିଶେଷ କରି ଚାଷୀ ଙ୍କ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୁମ୍ଭୀର କାନ୍ଦଣା କାନ୍ଦି ଚାଷୀ ଙ୍କ ବିକାଶ ନାଁ ରେ ରାଜନୈତିକ ରୋଟି ସେକି ବିଭିନ୍ନ ଯୋଜନା କରୁଛନ୍ତି ସତ ହେଲେ, ବିଭିନ୍ନ ବିଭାଗ ରେ କାର୍ଯ୍ୟରତ ସରକାରୀ ବାବୁ ଙ୍କ ଖାମଖିଆଲି ମନୋଭାବ ଓ ଆନ୍ତରିକତା ର ଅଭାବ ସହ କାର୍ଯ୍ୟ ରେ ଅବହେଳା ଯୋଗୁଁ ଚାଷୀ ବିଭିନ୍ନ ସୁବିଧା ପାଇବା ରୁ ବଞ୍ଚିତ ହେଉଛନ୍ତି । ଠିକ ଏଭଳି ଏକ ଉଦାହରଣ ସାମ୍ନା କୁ ଆସିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ରୁ ଗୋଟିଏ ନୁହେଁ କି ଦୁଇଟି ନୁହେଁ ବିଭିନ୍ନ ଗାଁ ର ଚାଷୀ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ଚେକ ଡ୍ୟାମ୍ ର ରକ୍ଷଣାବେକ୍ଷଣ ଓ ମରାମତି ର ଅଭାବ ଯୋଗୁଁ ଚେକ ଡ୍ୟାମ୍ ରେ ପାଣି ରହୁଛି ନାଁ କାମ ରେ ଆସୁଛି । କେବଳ କାଗଜ କଲମ ରେ କାର୍ଯ୍ୟକାରୀ ଦେଖାଇ ଠିକାଦାର ଓ ଅଧିକାରୀ ମାଲେମାଲ୍ ହେଉଛନ୍ତି । ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ ସରକାରୀ ବାବୁ ମାନଙ୍କ ଅବହେଳା ଯୋଗୁଁ କାମ ରେ ଆସୁନି କୋଟି କୋଟି ଟଙ୍କା ର ଅନେକ ଚେକ ଡ୍ୟାମ୍ l
ନୂଆପଡ଼ା ଜିଲ୍ଲା ଏକ ମରୁଡି ପ୍ରପୀଡ଼ିତ ଜିଲ୍ଲା ପ୍ରତ୍ୟେକ ବର୍ଷେ ଦୁଇ ବର୍ଷ ରେ ଏହି ଜିଲ୍ଲା ରେ ବିଶେଷ କରି ପାଣି ଅଭାବରୁ ଚାଷ କାମ ଆଗକୁ ନଯାଇ ଚାଷୀ ହଇରାଣ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସରକାର ବର୍ଷା ଜଳକୁ ସଂରକ୍ଷଣ କରି ଚାଷ କାମ ରେ ଲଗାଇବା ପାଇଁ କ୍ଷୁଦ୍ର ଜଳ ସେଚନ ବିଭାଗ ତରଫ ରୁ ସିନାପାଲି ବୋଡ଼େନ ଓ ଖଡ଼ିଆଳ ଅଞ୍ଚଳ ରେ ଶହଶହ ଚେକ ଡ୍ୟାମ ମାନ ନିର୍ମାଣ ହୋଇଛି । ହେଲେ ତତ୍କାଳୀନ ସରକାର ସମୟରେ ଠିକାଦାର ପୋଷା ସହ ଅଧିକାରୀ ଙ୍କ ପିସି ଖୋର୍ ନୀତି ଯୋଗୁଁ ପ୍ରକଳ୍ପ ଗୁଡ଼ିକ ନିମ୍ନମାନର ହେବା ସହ ଜରାଜୀର୍ଣ୍ଣ ଅବସ୍ଥା ରେ ପଡି ରହିଛି । ସରକାର ଉଦ୍ଧେଶ୍ୟ କୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ଭଣ୍ଡୁର କରିବା ମନେ ହେଉଛି। ବିଶେଷ କରି ଖଡ଼ିଆଳ ବ୍ଲକ ର କିରିକିଟା, ସରଧାପୂର୍ ଠାରୁ ଡୁଆଝର ପର୍ଯ୍ୟନ୍ତ ଆଠ ରୁ ଦଶ ଗୋଟି ଚେକ ଡ୍ୟାମ୍ ର ଦୃଶ୍ୟ ସ୍ଵଚକ୍ଷୁ ରେ ନଦେଖିଲେ ବିଶ୍ବାସ ହେବ ନାହିଁ । ଚ୍ୟାକଡେମ୍ ଗୁଡ଼ିକ ଜରାଜୀର୍ଣ୍ଣ ହେବା ସହ ଲତା ବୁଦା ରେ ଭରପୁର ହୋଇଯାଇଛି । ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କଲେ ହେଁ କୌଣସି ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀ ଭ୍ରୁକ୍ଷେପ କରୁନଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି l
ଜିଲ୍ଲାବ୍ୟାପୀ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ଵାରା ନିର୍ମିତ ଚେକଦେମ ଗୁଡ଼ିକ ଚାଷୀ ମାନଙ୍କ ପାଇଁ ଏକ ପ୍ରହତ୍ସନ ଭଳି ମନେ ହେଉଥିବା ବେଳେ ବିଶେଷ କରି ଖଡ଼ିଆଳ ସିନାପାଲି ବୋଡ଼େନ ଅଞ୍ଚଳ ରେ ଥିବା ଚେକଡେମ୍ ଗୁଡ଼ିକ ନିର୍ମାଣ ଦିନ ଠାରୁ ସେଗୁଡିକୁ ବିଭାଗୀୟ ଅଧିକାରୀ ମାନେ ଭୁଲି ଯାଇଛନ୍ତି ଯେ ତାହା ତାଙ୍କ ବିଭାଗ ର। ସରଧାପୁର, କିରିକିଟା ଡୁଆଝର ପାଖରେ ଥିବା ଆଠ ରୁ ଦଶ ଗୋଟି ଚେକଡେମ୍ ସହ ଭୁଲିଆସିକୁଆଁ ନୂଆପଡ଼ା ର ପିଲାଡୁଙ୍ଗୁରି ପାଖରେ ନିର୍ମାଣ ଚେକଡେମ୍ କେଉଁ ବିଭାଗ ର ତାହା ମଧ୍ୟ ସ୍ପଷ୍ଟ ହୋଇ ପାରୁନାହିଁ । ଏଥିରୁ ସ୍ପଷ୍ଟ ଅନୁମେୟ ସରକାରୀ ବାବୁ ଙ୍କ ଖାମଖିଆଲି ମନୋଭାବ କେତେ । ବାରମ୍ଵାର ଅଭିଯୋଗ ସତ୍ବେ ଅଧିକାରୀ କର୍ଣ୍ଣପାତ କରୁନଥିବା ହାସ୍ୟାସ୍ପଦ । ଆମେ ଏ ବାବଦ ରେ ଖଡ଼ିଆଳ କ୍ଷୁଦ୍ର ଜଳସେଚନ ବିଭାଗ ଏସଡିଓ ଙ୍କୁ ପଚାରିବାରୁ ମରାମତି ଓ ପୁନରୁଦ୍ଧାର ଆମର ନୁହେଁ ଚାଷୀ ମାନଙ୍କର କହି ଦାଇତ୍ୱହିନ ମନ୍ତବ୍ୟ ଦେବା ସହ ଗଣ ମାଧ୍ୟମ କୁ ବାଇଟ୍ ଦେବା ପାଇଁ ତାଙ୍କ ଉପରିସ୍ଥ ଅଧିକାରୀ ଙ୍କୁ କହିଥିଲେ । ଅପରପକ୍ଷରେ ଆମେ କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ପଚାରିବାରୁ ସବୁ ଆମର ଦାଇତ୍ୱ ଯାହାବି ଆମ ନଜର କୁ ଆସୁଛି ତାର ମରାମତି ଓ ପୁନରୁଦ୍ଧାର ବ୍ୟବସ୍ଥା କରୁଛୁ ବୋଲି କହି କହିଛନ୍ତି ।
ଚାଷୀମାନଙ୍କ ହିତ ସକାଶେ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବା ରେ ସରକାରୀ ବାବୁଙ୍କ ଉଦାସୀନତା ଓ ଆନ୍ତରିକତା ର ଅଭାବ ଯୋଗୁଁ ପ୍ରକୃତ ସୁବିଧା ସୁଯୋଗ ପାଇବା ରୁ ବଞ୍ଚିତ ହେଉଛନ୍ତି ଚାଷୀ । କ୍ଷୁଦ୍ର ଜଳସେଚନ ବିଭାଗ ଚେକ ଡେମ୍ ରୁ ପାଣି ନପାଇବା ଏକ ଉଦାହରଣ ମାତ୍ର । ତୁରନ୍ତ ରାଜ୍ୟ ସରକାର ସହ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଧ୍ୟାନ ଦେଇ ଚେକ ଡେମ୍ ମରାମତି ସହ ପୁନରୁଦ୍ଧାର କରିବା ଜରୁରୀ ହୋଇ ପଡିଛି ।