ନା ଡବଲ ନା ସିଙ୍ଗଲ, ଓଡିଶାରେ କେବଳ ନବୀନ ଇଂଜିନ ଚାଲିବ : ପାଣ୍ଡିଆନ

0

ନୂଆପଡା ( ବିପ୍ଲବୀ ପରିକ୍ରମା ):- ନୂଆପଡାରେ ବିକାଶର ହିସାବ ଦେଇ ସେ କହିଲେ ଯେ ନୂଆପଡା ପାଇଁ ୧୩୧ କୋଟି ଟଙ୍କାର କାମ ହେଉଛି । ନୂଆପଡାରେ ଯୋଗେଶ୍ବର ମନ୍ଦିର ପାଇଁ ୪ କୋଟି, ସୁନାଦେଇ ମନ୍ଦିର ପାଇଁ ୨.୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । କୋନାବିରା ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ପାଇଁ ୪୨ କୋଟି, ଆଉ ୫ଟି ମେଗା ଲିଫ୍ଟ ପାଇଁ ୧୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଘାଟିପଡାରୁ ସିନାପଲ୍ଲୀ ବିଜୁ ଏକସ୍‌ପ୍ରେସ୍‌ ୱେ ୨୦୮ କୋଟି ଟଙ୍କାରେ କରାଯାଇଛି । ୧୦ ହଜାର ପିଲାଙ୍କ ପାଇଁ ୯୩ଟି ଟ୍ରାଇବାଲ ହଷ୍ଟେଲ କରାଯାଇଛି ।

 

ନୂଆପଡାର ୩୧୦୦ ମିଶନ ଶକ୍ତି ଗ୍ରୁପକୁ ୧୩୦ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୮୪ ହଜାର ହିତାଧିକାରୀଙ୍କୁ ସାମିଲ କରାଯାଇଛି । ୧୨ କୋଟି ଟଙ୍କା ବିନିଯୋଗରେ ନୂଆପଡା ଓ ଖଡିଆଳ ଠାରେ ବହୁମୁଖୀ ଇଣ୍ଡୋର ହଲ୍‌ କରାଯାଇଛି । ଜିଲ୍ଲାର ୪୨,୫୦୦ କେନ୍ଦୁପତ୍ର ହିତାଧିକାରୀଙ୍କୁ ୬.୩ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି। ଏଥିସହିତ ଜିଲ୍ଲାରେ ୩୬ଟି ଆମ ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇଛି ବୋଲି ସେ କହିଥିଲେ ।

ଧର୍ମଗଡରେ ବିକାଶ କାମର ହିସାବ ଦେଇ ସେ କହିଲେ ଯେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ପାଇଁ ୧୧୦ କୋଟି ଟଙ୍କାର କାମ ହେଉଛି। ମା ଭଣ୍ଡାରଘରଣୀ ମନ୍ଦିର ପାଇଁ ୧ କୋଟି ୧୦ ଲକ୍ଷ, ବୁଢାରାଜା ମନ୍ଦିର ପାଇଁ ୭୫ ଲକ୍ଷ, କରକ ଜଳପ୍ରପାତ ପାଇଁ ୧୫ ଲକ୍ଷ, କୋକସରା ବ୍ଲକ୍‌ରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୧୫୦ କୋଟି ଓ କଲମପୁରରେ ମେଗା ପାଇପ ପାଣି ପ୍ରକଳ୍ପ ପାଇଁ ୫୩ କୋଟି, ଆପଣଙ୍କ ୩୨ଟି ପବିତ୍ର ପୀଠସ୍ଥଳୀର ଉନ୍ନତି ପାଇଁ ୧.୨୦ କୋଟି ଟଙ୍କା । ଧର୍ମଗଡର ୨୨୬୦ ମିଶନ ଶକ୍ତି ଗୋଷ୍ଠୀ ପାଇଁ ୫୮ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି। ଧର୍ମଗଡର BSKYରେ ୯୦,୫୦୦ ହିତାଧିକାରୀ ସାମିଲ ହୋଇଛନ୍ତି । ୬୩୫୦ ଜଣ ୩୦ କୋଟିରୁ ଅଧିକ ଟଙ୍କାର ସ୍ବାସ୍ଥ୍ୟ ସୁବିଧା ପାଇଛନ୍ତି।

ସେହିପରି ଜୁନାଗଡର ହିସାବ ଦେଇ ଶ୍ରୀ ପାଣ୍ଡିଆନ କହିଲେ ଯେ ଏଠାରେ ୨୨୫ କୋଟି ଟଙ୍କାର କାମ ଚାଲିଛି । ଗତ ବର୍ଷ ମଇ ମାସରେ ମୁଁ ଏଠାକୁ ଆସିଥିଲି । ଆପଣଙ୍କ ଦରଖାସ୍ତ ଉପରେ ବହୁତ କାମ ହୋଇଛି । ମା ଲଙ୍କେଶ୍ବରୀ ମନ୍ଦିର ପାଇଁ ୨ କୋଟି ୫୦ ଲକ୍ଷ, ୧୦୯ଟି ମଠ ମନ୍ଦିର, ଚର୍ଚ୍ଚ, ମସଜିଦ, ଗୁରୁଦ୍ବାର ଆଦି ପାଇଁ ୧୧.୫୦ କୋଟି, ଉପର ଇନ୍ଦ୍ରାବତୀ ଦକ୍ଷିଣପଟ ମେନ୍‌ କେନାଲ ପାଇଁ ୧୫୦ କୋଟି, ଜୁନାଗଡରେ ମେଗା ପାଇପ ପାଣି ପାଇଁ ୧୯୦ କୋଟି, ଗୋଲମୁଣ୍ଡାରେ ମେଗା ପାଇପ ପାଣି ପାଇଁ ୧୭୮ କୋଟି ଟଙ୍କାର କାମ ଚାଲିଛି। ଜୁନାଗଡର ୨୦୦୦ ମିଶନ ଶକ୍ତି ଗୋଷ୍ଠୀଙ୍କୁ ୪୮ କୋଟି ଟଙ୍କାର ବିନା ସୁଧରେ ଋଣ ଦିଆଯାଇଛି ।

ଏଠାରେ ୯୦ ହଜାର ହିତାଧିକାରୀ BSKYରେ ସାମିଲ ହୋଇଛନ୍ତି। ଚିଚେଇଗୁଡା ପଞ୍ଚାୟତର ମାଧବୀ ନାଏକ ନାମକ ଜଣେ ମହିଳାଙ୍କ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ସେହିପରି କୁହୁରା ପଞ୍ଚାୟତର ଦେବରାଜ ସାହୁଙ୍କୁ ସର୍ଜରୀ ପାଇଁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ଦେଇଛନ୍ତି ବୋଲି ସେ କହିଥିଲେ । ଏହି ସବୁ ସଭାରେ କଳାହାଣ୍ଡି ସାଂସଦ ପ୍ରାର୍ଥୀ ଏବଂ ନୂଆପଡା ଜୁନାଗଡ଼ ଓ ଧର୍ମଗଡ ର ବିଧାୟକ ପ୍ରାର୍ଥୀ ମାନେ ମଧ୍ୟ ଉଦବୋଧନ ଦେଇଥିଲେ।

LEAVE A REPLY

Please enter your comment!
Please enter your name here