ଯକ୍ଷ୍ମା ବିଭାଗରେ ନୂତନ ଶହେ ଦିନର ସ୍କ୍ରିନିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଂଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ୱାରା ଯକ୍ଷ୍ମା ବିଭାଗରେ ନୂତନ ଶହେ ଦିନର ସ୍କ୍ରିନିଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି . ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ଟିବି ସ୍କ୍ରିନିଙ୍ଗ ରେ ଉଚ୍ଚ ସମ୍ପୃକ୍ତି ବ୍ୟକ୍ତିମାନଙ୍କୁ ଲକ୍ଷ୍ୟ କରି 100 ଦିନର ଏକ ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି | ଏହି ଅବସରରେ ବ୍ରହ୍ମପୁର ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥ ଏବଂ ରାଲି ଆୟୋଜିତ ହୋଇଥିଲା . ଗଂଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଓ ମେୟର ସଂଘମିତ୍ରା ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ . ଜାତୀୟ ଯକ୍ଷ୍ମା ସର୍ବେକ୍ଷଣ ଅନୁସାରେ ପୂର୍ବ ଯକ୍ଷ୍ମା ରୋଗ ଥିବା ବ୍ୟକ୍ତି, ଟିବି ରୋଗୀଙ୍କ ସଂସ୍ପଶରେ ଥିବା ଲୋକ, ଡାଇବେଟିସ୍ ଥିବା ଲୋକ, PLHIV, ଧୂମପାନ, ମଦ୍ୟପାନ, ଏବଂ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନଙ୍କୁ ଉଚ୍ଚ ସମ୍ପୃକ୍ତ ଗୋଷ୍ଠୀ ଭାବେ ଚିହ୍ନଟ କରାଯାଇଛି| ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆଗୁଆ ଚିକିତ୍ସା ଏବଂ ଶୀଘ୍ର ନିରାକରଣ ମାଧ୍ୟମରେ ସ୍ୱାସ୍ଥ୍ୟକୁ କିଭଳି ଉତ୍ତମ କରିବାକୁ ହେବ ସେହି ବାର୍ତା ଦେଇ ଏହି ରଥ ବିଭିନ୍ନ ଗ୍ରାମ ରେ ଭ୍ରମଣ କରିବ . ଏହି ଅବସରରେ ଗଂଜାମ ଜିଲ୍ଲା ମୁଖ୍ୟ ଜିଲ୍ଲା ଚିକିସା ଅଧିକାରୀ ଡା ବିଜୟ କୁମାର ପଣ୍ଡା,ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ,ଜିଲ୍ଲା ପ୍ରକଳ୍ପ ମ୍ୟାନେଜର ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ l

LEAVE A REPLY

Please enter your comment!
Please enter your name here