୨୦୨୪ ପାଇଁ ନୂଆ ପ୍ଲାନ୍! ସୋସିଆଲମିଡ଼ିଆ ହେବ ସବୁଠୁ ଶକ୍ତିଶାଳୀ ମାଧ୍ୟମ 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ୨୪ ନିର୍ବାଚନର ଲଢେଇ ପାଇ ହାତରେ ଖୁଵ କମ ସମୟ। ତାକୁ ନେଇ ଗାଁ ମୁହାଁ ହେଲେଣି ନେତା। ବିଧାନସଭାରେ ହେଲେ ବଳ କଷାକଷି। ହେଲେ ଏବେ ହେବ ଗ୍ରାଉଣ୍ଡର ଲଢେଇ। ଏବେ ନିର୍ବାଚନମଣ୍ଡଳୀ ମୁହାଁ ନେତା । ନିର୍ବାଚନ ପାଇଁ ବେଳ ପାଖେଇ ଆସିଲାଣି । ହାତରେ କମ୍ ସମୟ ଥିବା ବେଳେ ବୁଥ, ୱାର୍ଡ, ପଞ୍ଚାୟତ ଉପରେ ଫୋକସ କରିଛି ବିଜେଡି। ୨୦୧୯ ତୁଳନାରେ ଏଥର କିଭଳି ଅଧିକ ସିଟ୍ ହାତେଇବ ଦଳ, ସେଥିପାଇଁ ଗାଁ ଗାଁରେ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି ଶାସକ ଦଳର ନେତା ।

ଅଧିକାଂଶ ସ୍ଥାନରେ ବିଜେଡି ନେତା କ୍ୟାମ୍ପେନ ବି ଆରମ୍ଭ କରି ଦେଇଛନ୍ତି । ଏଥର ବିଜେଡି କିନ୍ତୁ ପ୍ରାଥୀ ଚାୟନରେ କିଛି ନୂଆ ନୂଆ ଜିନିଷ କୁ ପ୍ରାଥମିକତାଦେଇଛି > ଗ୍ରାଉଣ୍ଡରେ କେଉଁ ନେତାଙ୍କର ଲୋକ ସଂପର୍କ ଭଲ ଏବଂ ,ସାମାଜିକ ଗଣାମଧ୍ୟମାମାରେ ନିଜର ଅଧିକ ଲୋକପ୍ରିୟତା ଥିବ,,ଆଉ ଯାହାର ବିଜୟ ସମ୍ଭାବନା ଅଧିକ, ତାକୁ ଆଧାର କରି ଟିକେଟ୍‌ ଦିଆଯିବ।ସେହିପରି ବିଜେପି ମଧ୍ୟ ଗ୍ରାଉଣ୍ଡ ପ୍ଲାନ ଆରମ୍ଭ କରି ଦେଇଛି। ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବଲପୁର ଗସ୍ତ ପରେ ଆକ୍ଟିଭ ମୋଡରେ ପଦ୍ମ କ୍ୟାମ୍ପ। ଗାଁ ଗାଁ ରେ ବିଜେପି ସାଂସଦ, ବିଧାୟକ ଓ ବରିଷ୍ଠ ନେତାମାନେ ନିର୍ବାଚନୀ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ବିଧାନସଭା ସରିଲା, ଏବେ ମୈଦାନ ମୁହାଁ ଦଳୀୟ ନେତା।

କଂଗ୍ରେସଭି ଗ୍ରାଉଣ୍ଡରେ କାହାର ପ୍ରଦର୍ଶନ ଭଲ ? କେଉଁ ପ୍ରାର୍ଥୀ ଦେଇପାରିବେ ବିଜେଡି-ବିଜେପିକୁ ଫାଇଟ୍ ଆଉ ଯାହାର ଗଲାକସମ୍ପର୍କ ଅଧିକ ସେହିଲୋକଙ୍କୁ ଟିକେଟ ଦେବ > ବିଜେଡି କି ବିଜେପି ନୁହେଁ, କଂଗ୍ରେସ ହିଁ ଏଥର ବିକଳ୍ପ ବୋଲି ଲୋକଙ୍କୁ ସନ୍ଦେଶ ଦେବେ କଂଗ୍ରେସ ନେତା ।ଆଗକୁ ହେବକୁ ଯାଉଛି ବଡ ଲଢେଇ। ସେଥିପାଇଁ ବିଜେପି, ବିଜେଡି ଏବଂ କଂଗ୍ରେସ ନେତା ଏବେ ଗାଁ ମୁହାଁ ସହ ନିଜେ ନିଜର ଷ୍ଟ୍ରତେଜୀ ଆପଣାଇଲେଣି । ନିଜ ନିଜ ସପକ୍ଷରେ ଭୋଟରଙ୍କୁ ନେବା ପାଇ ଆରମ୍ଭ କରି ଦେଇଛନ୍ତି ରଣନୀତି।ତେବେ ଦେଖିବାକୁ ବାକି ରହିଲା କେତେ ସଫଳ ହେବ 24 ର ନୂଆ ଫର୍ମୁଲା ?

LEAVE A REPLY

Please enter your comment!
Please enter your name here