ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଓଡ଼ିଶାରେ ଭାଜପା ମୋହନ ମାଝୀ ସରକାରଙ୍କ ଶହେ ଦିନ ପୁର୍ତ୍ତି ଅବସରରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା 3ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନରେ ଖଣି ଓ ପରିବହନ ମନ୍ତ୍ରୀ ଭିଭୁତି ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ 100ଦିନ ମଧ୍ୟରେ ମୋହନ ସରକାରଙ୍କ କାର୍ଯ୍ୟକାରୀ ହୋଇଥିବା ବିଭନ୍ନ ଯୋଜନା ସମ୍ପର୍କରେ ଲୋକଙ୍କ ସମ୍ନାରେ ହିସାବ ରଖିଥିଲେ । 100 ଦିନରେ ପୁରୀ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲା,ରତ୍ନ ଭଣ୍ଡାରର ଯାଞ୍ଚ,ଧନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି,ସିଏମ କିଷାନ ସମର୍ଦ୍ଦି,ଚାଷୀଙ୍କ ଜଳସେଚନ ବ୍ୟବସ୍ଥା ର ଉନ୍ନତି, ମହିଳା ସଶକ୍ତିକରଣ ନିମନ୍ତେ ସୁଭଦ୍ରା ଯୋଜନା,ଇତ୍ୟାଦି ଅନେକ ଯୋଜନାର ହିସାବ ଲୋକଙ୍କ ସମ୍ନାରେ ଉପସ୍ଥାପନ କରିଥିଲେ । ପାରଳାଖେମୁଣ୍ଡି ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର କୋଣନୁକୋଣରୁ ବହୁ ମହିଳା ସଂଗଠନର କର୍ମକର୍ତ୍ତା, ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ,ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ଜିଲ୍ଲାର ବିଭନ୍ନ ସ୍ଥାନର ସାଧାରଣ ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଭୂତି ଜେନା ଯୋଗଦେଇ ଗଜପତି ଜିଲ୍ଲାର ପର୍ଯ୍ୟଟନ, କୃଷି,ହସ୍ତଶିଳ୍ପ ବିକାଶରେ ଅନେକ ପଦକ୍ଷେପ ନିଆଯାଉଥିବା ପ୍ରତିଶୃତି ଲୋକଙ୍କୁ ଦେଇଛନ୍ତି । ଏହି ଅବସରରେ ସାମାଜିକ ସୁରକ୍ଷ ବିଭାଗ ତରଫରୁ ବିକଳାଙ୍ଗ ଦମ୍ପତି ମାନଙ୍କୁ ସରକାରଙ୍କ ଦ୍ବାରା 2ଲକ୍ଷ 50 ହଜାର ଟଙ୍କା ସହାୟକ ରାଶି ପ୍ରଦାନ କରାଯାଇଛି ଏଥିସହ ସୁଭଦ୍ରା ଡମୀ ଚେକ ଭିଭିନ୍ନ ହିତାଧିକାରୀଙ୍କୁ ପ୍ରଦାନ କରିଛନ୍ତି ମନ୍ତ୍ରୀ ବିଭୂତି ଜେନା l