ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ନିଖିଳ ଓଡିଶା ପନ୍ଦରା ସମାଜର ସମ୍ମିଳନୀ ଗୋଷାଣୀ ନୂଆଗାଁ ଜଗନ୍ନାଥ ମନ୍ଦିର ଉତ୍ତରରେଶ୍ୱେର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିଖିଳ ଓଡିଶା ପନ୍ଦରା ସମାଜର ସଭାପତି ଅମର କୁମାର ବେହେରା ସଭାପତିତ୍ବ କରିଥିଲେ । ଗଞ୍ଜାମ ଜିଲ୍ଲା ମହୁରୀ ତାଳୁକା ପନ୍ଦରା ସମାଜ ର ସଭାପତି ଅଶୋକ କୁମାର ବଡତ୍ୟା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା , ସମ୍ମିଳନୀରେ ପ୍ରଥମେ କୂଳଗଂଗା, ଶ୍ରୀ ଜଗନ୍ନାଥ ଠାକୁରଙ୍କ ପୁଜାର୍ଚ୍ଚନା ପରେ ସମ୍ମିଳନୀ ଆରମ୍ଭ ହୋଇଥିଲା ।
ଅନୁଷ୍ଠିତ ସମ୍ମିଳନୀରେ ରେ ବ୍ରହ୍ମପୁର ର ଅର୍ଜୁନ ବାଡତ୍ୟା ସଭାପତି , ଜଗଦଳପୁର ର ରବିନ୍ଦ୍ର ବାଡତ୍ୟା ଉପ ସଭାପତି, ବ୍ରହ୍ମପୁର ର ଅଶୋକ କୁମାର ବାଡତ୍ୟା ସଂପାଦକ, ଜଗଦଳପୁର ଗ୍ରାମର ତିରୁପତି ବାଡତ୍ୟା ସହ ସଂପାଦକ, ପଞ୍ଚମା ଗ୍ରାମର ରବିନ୍ଦ୍ର ବାଡତ୍ୟା କୋଷାଧ୍ୟକ୍ଷ ଏବଂ ନରେନ୍ଦ୍ରପୁର ଗ୍ରାମର ନାରାୟଣ ବେହେରା ସଂଗଠନ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମ୍ମିଳନୀ ରେ ମହୁରୀ ତାଲୁକା ଅନ୍ତର୍ଗତ ବିଭିନି ମଣ୍ଡଳିର ସଭ୍ୟ ସଭ୍ୟା ଅଂଶଗ୍ରହଣ କରିଥିଲେ । ସମାଜ କୁ ବିଭିନ୍ନ ପ୍ରକାର ବାର୍ତ୍ତା ଦେବା ସହ, ପନ୍ଦରା ସମାଜ ପ୍ରତି ଦୃଷ୍ଟି ଦେଇ କ୍ଷୁଦ୍ର ଚାଷୀ ର ମାନ୍ୟତା ଦେବା ପାଇଁ ସରକାର ଙ୍କ ନିକଟରେ ଅନୁରୋଧ କରିଛନ୍ତି l