ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ମଧ୍ୟ ମଧ୍ୟାହ୍ନ ଭୋଜନ ମିଳିବ । ପୂର୍ବରୁ ବିଦ୍ୟାଳୟରେ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ମିଳୁଥିଲା । ଛାତ୍ରଛାତ୍ରୀମାନେ ଯେଭଳି ପାଠରେ ଧ୍ୟାନ ଦେଇପାରିବ ଏବଂ କେହି ମଧ୍ୟ ଭୋକରେ ରହିବେନି ସେନେଇ ଏହି ବ୍ୟବସ୍ଥା କରାଯାଉଛି । ଅର୍ଥାତ୍ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଲାଭ ମିଳିପାରିବ । ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ମିଳିବ । ୨୦୨୫-୨୬ ଆର୍ଥିକ ବର୍ଷରୁ ଏହା ଲାଗୁ ହେବ । ଏଥିପାଇଁ ବର୍ଷକୁ ୫୭୦.୭୧ କୋଟି ଟଙ୍କା ଖର୍ଚ୍ଚ ହେବ ।

LEAVE A REPLY

Please enter your comment!
Please enter your name here