ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମହାଶିବରାତ୍ରି ଦିନ ମହାଦୀପ ନେଇ ମନ୍ଦିର ଉପରକୁ ଉଠିବା ବେଳେ ଖସି ପଡ଼ିଥିଲେ ସେବାୟତ ଯୋଗେନ୍ଦ୍ର ସମର୍ଥା । ସେ ଲୁହା ଶିକୁଳି ଧରି ଉପରକୁ ଉଠିବା ବେଳେ ପ୍ରାୟ ୧୦ ଫୁଟ ଉପରୁ ମହାଦୀପ ସହ ତଳକୁ ଖସି ପଡ଼ିଥିଲେ । ତାଙ୍କ ମୁଣ୍ଡ, ମୁହଁ ଓ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିଲା । ସେହିଭଳି ମହାଦୀପରୁ ତେଲ ଓ ନିଆଁ ଝୁଲ ପଡ଼ି ଆଉ କିଛି ସେବାୟତଙ୍କ ଗୋଡ଼ହାତରେ ଫୋଟକା ହୋଇଯାଇଥିଲା । ମନ୍ଦିର ଭିତରେ ଓ ବାହାରେ ପ୍ରବଳ ଭିଡ଼ ଥିବାରୁ ଆମ୍ବୁଲାନ୍ସରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ବର୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି l
ତେବେ ଅନ୍ୟପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ପୁଣି ଆଜି ବିଭ୍ରାଟ ଦେଖାଦେଇଛି । ମନ୍ଦିରରେ ବନ୍ଦ ରହିଛି ନୀତିକାନ୍ତି । ହାଣ୍ଡିଭାଙ୍ଗା ଯାତ୍ରାକୁ କେନ୍ଦ୍ର କରି ନୀତି ବନ୍ଦ ରହିଛି । ଆଜି ବୀରକିଶୋର ବଲ୍ଲବ ଭୋଗଠାରୁ ଲିଙ୍ଗରାଜ ନୀତି ବନ୍ଦ ରହିଥିବା ସୂଚନା ମିଳିଛି । ଖୁଣ୍ଟିଆ ମଲ୍ଲିଆ ବିବାଦ ନ ତୁଟିବାରୁ ହାଣ୍ଡିଭାଙ୍ଗା ଯାତ୍ରା ବନ୍ଦ ରହିଛି । ଗତ ୧୧ ବର୍ଷ ହେଲା ହାଣ୍ଡିଭଙ୍ଗା ଜାତ ବନ୍ଦ ରହିଛି । ଶିବରାତ୍ରି ଅମାବାସ୍ୟା ପରେ ପ୍ରଥମ ଶନିବାର ହାଣ୍ଡିଭଙ୍ଗା ଯାତ୍ରା ହୁଏ । ପ୍ରଶାସନିକ ଅବହେଳା ପାଇଁ ଏପରି ହେଉଥିବା ଅଭିଯୋଗ ହୋଇଛି l