ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବିବାଦୀୟ ଆଇପିଏସ ଅଧିକାରୀ ଡିଏସ କୁଟ୍ଟେ ଏବଂ ଆଶୀଷ ସିଂଙ୍କ କେନ୍ଦ୍ରୀୟ ଡେପୁଟେସନ ଚୂଡ଼ାନ୍ତ ହେବା ପରେ ଏବେ ନାନା ଚର୍ଚ୍ଚା ଉଠୁଛି । ଏହା ସେମାନଙ୍କ ପାଇଁ ପୁରସ୍କାର ବୋଲି କହିଲେଣି ବିଜେଡି ସମର୍ଥକ । ଏପରିକି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ବେଶ ବଡ଼ କଥା କହିଛନ୍ତି । ପ୍ରମିଳାଙ୍କ ପାଟିରୁ ଏକଥା ଶୁଣିବା ପରେ ଦ୍ୱନ୍ଦ ବଢ଼ିଛି । କୁଟ୍ଟେ ଓ ଆଶୀଷ ବିଜେପି ଲିଙ୍କରେ ଥିଲେ ବୋଲି କହିବା ସହ ସେଥିପାଇଁ ବିଜେପି ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେଇଥିବା ଦର୍ଶାଇଛନ୍ତି । ନିର୍ବାଚନ ପୂର୍ବରୁ ବେଶ ବିବାଦୀୟ ଥିଲେ କୁଟ୍ଟେ ଓ ଆଶୀଷ । ଆଇନର ସୀମା ବାହାରକୁ ଯାଇ କାମ କରିବାକୁ କାଳେ ଚାପ ପକାଉଥିଲେ । ନିର୍ବାଚନ ଆଚରଣ ବିଧିକୁ ଭାଙ୍ଗିବା ଭଳି କାମ ସେ କରୁଥିଲେ । ତାଙ୍କର ଏକପାଖିଆ କାମ ବିଜେଡିକୁ ଫାଇଦା ଦେବ କ’ଣ ବଦନାମ କରିଥିଲା । ଏହା ବିଜେଡିର ବ୍ୟାପକ କ୍ଷତି କରିଥିବା ଏବେ ଦଳୀୟ ସ୍ତରରେ ଚର୍ଚ୍ଚା ହେଲାଣି ।
ବିବାଦୀୟ ଆଇପିଏସ ଡିଏସ କୁଟ୍ଟେ ଏବଂ ଆଶୀଷ ସିଂଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯିବା ନିଦେ୍ର୍ଦଶ ଆସିବା ପରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି । ସେ ଦୁହେଁ ଙ୍କୁ ବିନା କାମରେ ଓଏସଡି କରି ବସାଇଥିଲେ ସରକାର । ଏବେ ତାଙ୍କୁ ପଦୋନ୍ନତି ଦେଇ କେନ୍ଦ୍ରକୁ ନେଇଗଲେ, ସେମାନେ ଆଉ ଓଏସଡି ରହିବେ ନାହିଁ । ତେଣୁ ବିଜେପି ତାଙ୍କୁ ପୁରସ୍କାର ଦେଇଛି ବୋଲି କହୁଛନ୍ତି । ଏହି କଥାକୁ ସମର୍ଥନ କରିଛନ୍ତି ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ବିଜେଡି ପାଇଁ କାମ କରୁଥିବା ଅଭିଯୋଗ କରୁଥିଲା ବିଜେପି । ଏବେ ହୋଇଥିବା ନିଦେ୍ର୍ଦଶ କହୁଛି, ସେମାନଙ୍କର ପୂର୍ବରୁ ବିଜେପି ସହ ଲିଙ୍କ ଥିଲା । ଏହି କଥା ଏବେ କୁଟ୍ଟେ ଓ ଆଶୀଷଙ୍କ ଡେପୁଟେସନ ପଛରେ ବିଜେପି ସମର୍ଥନ ଥିବା ଚର୍ଚ୍ଚାକୁ ବଢ଼ାଇଛି ।