ନା ବୋହୂ ମିଳୁଛି ନା ବହୁମତ; ରାହୁଲଙ୍କୁ କାହିଁକି କଟାକ୍ଷ କଲେ ପରେଶ ରାୱଲ

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ର ଫଳାଫଳ ଆସିଯାଇଛି। ଏହି ନିର୍ବାଚନରେ ​​ବିଜେପି ବହୁମତ ପାଇଥିବା ବେଳେ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ମାତ୍ର ୨୨ ଆସନରେ ପାଇଛି।

ଅପରପକ୍ଷରେ ବିଜେପି ୪୮ଟି ଆସନ ଜିତିଥିବା ବେଳେ ଏହି ନିର୍ବାଚନରେ ​​କଂଗ୍ରେସ ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଏହି ନିର୍ବାଚନରେ ​​କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନାହିଁ। ରେଜଲ୍ଟ ଘୋଷଣା ପରେ ବଲିଉଡ ଅଭିନେତା ତଥା ପୂର୍ବତନ ସାଂସଦ ପରେଶ ରାୱଲ ରାହୁଲ ଗାନ୍ଧୀ ଏବଂ ତାଙ୍କ ମାଆ ସୋନିଆଙ୍କୁ କଟାକ୍ଷ କରିଛନ୍ତି।ଏକ ଟ୍ୱିଟରେ ରିଟ୍ବିଟ୍ କରି ସେ ଲେଖିଛନ୍ତି- ଜଣେ ମାଆର ଯନ୍ତ୍ରଣା ବୁଝନ୍ତୁ। ନା ତୁମକୁ ବୋହୂ ମିଳୁଛି ନା ବହୁମତ। ପରେଶ ରାୱଲଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟରେ ରାହୁଲ ଗାନ୍ଧୀଙ୍କ ଫଟୋ ଥିଲା।

ଅନେକ ୟୁଜର୍ସ ପରେଶ ରାୱଲଙ୍କ ଟ୍ୱିଟକୁ ସମର୍ଥନ କରିଥିଲେ ମଧ୍ୟ ଆଉ କିଛି ୟୁଜର୍ସଙ୍କ ମତରେ ଜଣେ ଅଭିନେତାଙ୍କୁ ଏପରି ମନ୍ତବ୍ୟ ଦେବା ଉଚିତ୍ ନୁହେଁ l

LEAVE A REPLY

Please enter your comment!
Please enter your name here