କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- ଆସୁଥିବା ଗଣେଶ ପୂଜା କୁ କିପରି ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯିବ ତାପାଇଁ ପୋଲିସ ପକ୍ଷରୁ ଲାଗୁହେଲା କଟକଣା | ତେବେ ସେପ୍ଟେମ୍ବର ମାସ ସାତ ତାରିଖ ଗଣେଶ ପୂଜାଥିବାରୁ କିପରି ପୂଜାକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯିବ ତାକୁନେଇ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ପକ୍ଷରୁ ଆଜି ପ୍ରାୟ ୭ ଘଟିକା ସମୟରେ କରଞ୍ଜିଆ ଥାନା କାର୍ଯ୍ୟାଳୟ ଠାରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଉକ୍ତ ବୈଠକ ରେ ଗଣେଶ ପୂଜା ଓ଼ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ନେବାପାଇଁ ପଡିବ | ପୂଜା ସଭାଯାତ୍ରା ରେ ଡିଜେ କୁ ସମ୍ପୂର୍ଣ ବାରଣ କରାଯାଇଛି | ଏହି ନିୟମ କୁ ଯୋଉକମିଟି ବେଖାତିର କରିବ ତାଙ୍କ ଉପରେ ଦୃଢ଼ କାଯ୍ୟନୁଷ୍ଠାନ ନେବା ସହିତ ଡିଜେ କୁ ଜବତ କରାଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଅବଗତ କରେଇଥିଲେ |
ଉକ୍ତ ବୈଠକ ରେ ସାମ୍ବାଦିକ ଭାଗବତ ଚନ୍ଦ୍ର ଦାସ, ଦୀପକ ମହାନ୍ତ, ବି.ଦିବ୍ୟେନ୍ଦୁ ଶେଖର, ସୁମନ୍ତ ପାତ୍ରଙ୍କ ସମେତ ସମସ୍ତ ଗଣେଶ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ | ଶେଷରେ କରଞ୍ଜିଆ ଥାନା ଅଧିକାରୀ ନିରୋଦ କୁମାର ମାଲିକ ଧନ୍ୟବାଦ ଦେଇ ସଭାଭଙ୍ଗ କାରିଥିଲେ |