ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଏଣିକି ଯାତ୍ରାରେ ପରିବେଷଣ ହେବନି ଅଶ୍ଳୀଳ ନୃତ୍ୟ l ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ରାଜ୍ୟ ସରକାର ନିୟମ ଲାଗୁ କରିବାକୁ ଯାଉଛନ୍ତି l ଅଶ୍ଳୀଳ ନୃତ୍ୟ ଯୋଗୁ ସମାଜ ଉପରେ ଏହାର କୁ ପ୍ରଭାବ ପଡୁଥିବା କହିଛନ୍ତି ସଂସ୍କୃତି ମନ୍ତ୍ରୀ .ଯାହାକୁ ନେଇ ଅଣ୍ଟା ଭିଡିଛନ୍ତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ l ବିଧାନସଭାରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ କହିଛନ୍ତି ଅତିଶୀଘ୍ର ଯାତ୍ରା ରେ ଅଶ୍ଳୀଳ ନୃତ୍ୟ ବନ୍ଦ କରାଯିବ l ଏଥିପାଇଁ ରାଜ୍ୟ ସରକାର ଆଣୁଛନ୍ତି ନୂତନ ମାର୍ଗଦର୍ଶିକା l ବର୍ତ୍ତମାନ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ସଭ୍ୟ ସମାଜ ଉପରେ କୁ ପ୍ରଭାବ ପକାଉଛି l ଯାହାକୁ ନେଇ ରାଜ୍ୟ ସଂସ୍କୃତି ମନ୍ତ୍ରୀ ନେଇଛନ୍ତି ଏକ ବଡ ପଦକ୍ଷେପ l ରାଜ୍ୟ ସରକାରଙ୍କ ଲାଗୁ କରିଥିବା ମାର୍ଗଦର୍ଶିକା କୁ ଅନୁସରଣ କରି ଯାତ୍ରା କିମ୍ବା ନାଟକ ଦଳ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବେ l