ନୂଆପଡା ( ବିପ୍ଲବୀ ପରିକ୍ରମା ):- ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମ ରେ ଚଳଚଞ୍ଚଳ ନୂଆପଡ଼ା ସହର ।ଗତକାଲି ଦୁଇ ବିଧାନ ସଭା ମଣ୍ଡଳୀ ର ହିତେଶ କୁମାର ବଗର୍ତ୍ତି ଓ ଅଭିନନ୍ଦନ ପଣ୍ଡା ନିଜ ନିଜ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ଦୁଇ ହେଭିୱେଡ୍ ନେତା ପିସିସି ସଭାପତି ଶରତ ପଟ୍ଟନାୟକ ଓ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ସହ କଙ୍ଗ୍ରେସ ଖଡିଆଳ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି ନିଜ ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରଥମେ ପିସିସି ସଭାପତି ନୂଆପଡ଼ା ବିଧାନସଭା ମଣ୍ଡଳୀ ପାଇଁ ଶହଶହ ସମର୍ଥକ ଙ୍କ ଗହଣ ରେ ଆସି ଉପଜିଲ୍ଲାପାଲ ଙ୍କ କାର୍ଯ୍ୟାଳୟ କୁ ପହଞ୍ଚି ନିର୍ବାଚନ ଅଧିକାରୀ ଙ୍କ ଠାରେ ନାମାଙ୍କନ ଦାଖଲ କରିଥିଲେ । ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ଲଢ଼ୁଆ ଯୁବ ଚେହେରା କମଳ ଚରଣ ତାଣ୍ଡି ହଜାର ହଜାର ସମର୍ଥକ ଙ୍କ ସହ ଆସି ତାଙ୍କ ନାମାଙ୍କନ ପତ୍ର ଦାଖଲ କରି କଂଗ୍ରେସ ର ସଫଳତା ଓ ବର୍ତ୍ତମାନ କଂଗ୍ରେସ ପାଞ୍ଚ ନ୍ୟାୟ ପଚିଶ ଗ୍ୟାରେଣ୍ଟି କଥା କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଛ ପ୍ରତିଶୃତି, ଶୋଷଣ କୁ ଲୋକେ ଉଚିତ୍ ଜବାବ ଦେବେ ଓ ଏଥର କଂଗ୍ରେସ ହିଁ ଏକ ବିକଳ୍ପ ବୋଲି ଉଭୟ ପିସିସି ସଭାପତି ଓ ନବାଗତ କମଳ ଚରଣ ତାଣ୍ଡି କହିଛନ୍ତି ।
ଠିକ ସେହି ଭଳି ନୂଆପଡ଼ାର ଟାଣୁଆ ନେତା ତଥା ରାଜ୍ୟ ସରକାର ଙ୍କ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ନିଜ ଶକ୍ତି ପ୍ରଦର୍ଶନ କରି ହଜାର ହଜାର ସମର୍ଥକ ଙ୍କ ଗହଣ ରେ ଆସି ନିଜ ଅନ୍ୟ ମାନଙ୍କ ପାଇଁ ଚିଲେଞ୍ଜ ସୃଷ୍ଟି କରି ବିକାଶ ହିଁ ଏକ ପନ୍ଥା ଏବଂ ରାଜ୍ୟ ସରକାର ଙ୍କ ସମସ୍ତ ଜନ କଲ୍ୟାଣ ଯୋଜନା ହିଁ ଆମକୁ ସହାୟକ ହେବ ଓ ନିଶ୍ଚୟ ଏକ ତରଫା ବିଜୟୀ ହେବୁ ବୋଲି ରାଜେନ୍ଦ୍ର ଢୋଲକିଆ ଙ୍କ ସହ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର କହିଛନ୍ତି ।