କଳା ବ୍ୟାଚ ପରିଧାନ କରି ବିଭିନ୍ନ ଦାବୀ କଲେ ଅଣ ଗେଜେଟେଟ ବନ କର୍ମଚାରୀ 

0

ନୂଆଗଡ଼, ଖଡ଼ିଆଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ):-  କଳା ବ୍ୟାଚ ପରିଧାନ କରି ବିଭିନ୍ନ ଦାବୀ କରି ଧାରଣ ଦେଲେ ଅଣ ଗେଜେଟେଟ ବନ କର୍ମଚାରୀ l ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେଞ୍ଜ ଅଣ ଗେଜେଟେଟ ବନ କର୍ମଚାରୀ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ କଳା ବ୍ୟାଚ ପରିଧାନ କରିଛନ୍ତି l ହିନ୍ଦୋଳ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ପ୍ରଧାନ ଙ୍କ ହତ୍ୟା ରେ ଦୋଷୀ ବିରୋଧ ରେ କାର୍ଯ୍ୟାନୁଷ୍ଠାନ, ଫରେଷ୍ଟ କମିଶନ ଗଠନ, ସାଲେରୀ ଆକାଉଣ୍ଟ ଇନ୍ସୁରାନ୍ସ ପେକେଜ ଦାବୀ କରିଛନ୍ତି କର୍ମଚାରୀ l

ରବିବାର ରୁ ୨୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ଶାନ୍ତି ପୂର୍ଣ୍ଣ ଭାବେ ଦାବୀ ରଖୁଥିବା ବେଳେ ସରକାର ଏ ଦାବୀ ଉପରେ କୌଣସି ପଦକ୍ଷେପ ନ ନେଲେ ବାଇଶି ତାରିଖ ରୁ ସାମୁହିକ ଛୁଟି ରେ ରହିବେ ବୋଲି ବନ କର୍ମଚାରୀ ଚେତାବନୀ ଦେଇଛନ୍ତି l ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ରେ ଖଡ଼ିଆଳ ରେଞ୍ଜ ଅଧିନସ୍ଥ ସମସ୍ତ ଫରେଷ୍ଟର, ଫରେଷ୍ଟଗାର୍ଡ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here