ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏଣିକି ଯୁକ୍ତ ଦୁଇ ପରେ ପଢ଼ି ହେବ ବିଏଡ୍‌ । ୮ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ସହ ନିକଟସ୍ଥ ମହାବିଦ୍ୟାଳୟର ଏମଓୟୁ ସ୍ବାକ୍ଷରିତ କରାଯାଇଛି । ୧୬ଟି ଶିକ୍ଷକ ଶିକ୍ଷଣ ଅନୁଷ୍ଠାନ ମଧ୍ୟରୁ ୮ ଟିରେ ହୋଇଛି ଏମଓୟୁ ସ୍ବାକ୍ଷରିତ କରାଯାଇଛି । ଏସବୁ ଶିକ୍ଷାନୁଷ୍ଠାନରେ ୪ ବର୍ଷର ନୂଆ ITEP କୋର୍ସ ପଢ଼ାଯିବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷର କୋର୍ସ ରହିବ । ଜାତୀୟ ଶିକ୍ଷା ନୀତି ଲାଗୁ ହେବା ଦ୍ଵାରା ଅନେକ ଯୋଜନା କରାଯାଉଛି । ITEP (Integrated teacher education programme) ନାଁରେ ରହିବ ନୂଆ କୋର୍ସ । ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ଅନେକ ସୃଜନଶୀଳ କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ ନେଉଛି । ଯାହା ITEP ସେ ମଧ୍ୟରୁ ଅନ୍ୟତମ ଅଟେ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ୫ ବର୍ଷ ବଦଳରେ ୪ ବର୍ଷରେ ଶିକ୍ଷକ ଶିକ୍ଷଣ କୋର୍ସ ଶେଷ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ’ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।

LEAVE A REPLY

Please enter your comment!
Please enter your name here