ବିପ୍ଲବୀ ପରିକ୍ରମା ଡିଜିଟାଲ :- ସୁଭଦ୍ରା ଯୋଜନା ଆରମ୍ଭ କଲାବେଳେ ବିଜେପି ସରକାର ଯେଉଁ ଟାର୍ଗେଟ୍ ରଖିଥିଲେ, ଆଜି ପଞ୍ଚମ ପର୍ଯ୍ୟାୟରେ ସେହି ଲକ୍ଷ୍ୟକୁ ପୂରଣ କରିଛନ୍ତି। କାରଣ ଗୁରୁବାର ୨ ଲକ୍ଷ ୩୪ ହଜାର ହିତାଧିକାରୀଙ୍କୁ ମିଶାଇ ମୋଟ୍ ୧ କୋଟି ୬୪ ହଜାର ହିତାଧିକାରୀଙ୍କ ଖାତାରେ ପହଞ୍ଚିଛି ସୁଭଦ୍ରା ସହାୟତା। ଆସନ୍ତା କାଲି ଅର୍ଥାତ ଅନ୍ତର୍ଜାତୀୟ ମହିଳା ଦିବସରେ ଏହି ମହିଳାମାନେ ଦ୍ୱିତୀୟ କିସ୍ତି ମଧ୍ୟ ପାଇବେ। ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଟଙ୍କା ପାଇଁ ୧ କୋଟି ୮ ଲକ୍ଷ ଆବେଦନ ହୋଇଛି l ସରକାର ମାର୍ଚ୍ଚ ୩୧ ଯାଏଁ ଆବେଦନ କରିବାକୁ ସୁଯୋଗ ଦେଇଛନ୍ତି ଅର୍ଥାତ ପରବର୍ତ୍ତୀ ସମୟରେ ଆବେଦନକାରୀଙ୍କ ସଂଖ୍ୟା ଆହୁରି ବଢ଼ିବ ଏଥିପାଇଁ ଡୋର ଟୁ ଡୋର ଯାଇ ସର୍ଭେ କରିବେ ଅଧିକାରୀ,ଫିଲ୍ଡ ଭେରିଫିକେସନ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଏକସଙ୍ଗେ ୩ଟି କିସ୍ତି ମିଳିବ,ସୁଭଦ୍ରା ଯୋଜନା ଆରମ୍ଭ କଲାବେଳେ ସରକାର ଯୋଗ୍ୟତା ପାଇଁ ୨୧ରୁ ୬୦ ବର୍ଷ ସ୍ଥିର କରିଥିଲେ। ତେଣୁ ହିତାଧିକାରୀଙ୍କ ଭିତରେ ଥିବା ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେହିପରି ମାର୍ଚ୍ଚ ୩୧ ପରେ ୬୦ ଛୁଇଁଲେ ମହିଳା ପାଇବେନି ସୁଭଦ୍ରା ଟଙ୍କା l ୬୦ ବର୍ଷ ଡେଇଁଲେ ମହିଳାଙ୍କ ତଥ୍ୟ ସାମାଜିକ ସୁରକ୍ଷା ବିଭାଗକୁ ଦିଆଯିବ,ସମ୍ପୃକ୍ତ ହିତାଧିକାରୀ ସୁଭଦ୍ରା ସହାୟତା ବଦଳରେ ବାର୍ଦ୍ଧକ୍ୟ ଭତ୍ତା ପାଇବେ l ସେହିପରି ମାର୍ଚ୍ଚ ୩୧ ପରେ ୨୧ ବର୍ଷ ଛୁଉଁଥିଲେ ସୁଭଦ୍ରା ପାଇଁ ଆବେଦନ କରିପାରିବେ,ସଂପୃକ୍ତ ଆବେଦନକାରୀ ସୁଭଦ୍ରାର ପରବର୍ତ୍ତୀ କିସ୍ତି ପାଇବାକୁ ଯୋଗ୍ୟ ହେବେ
ଏଥିପାଇଁ ମାର୍ଚ୍ଚ ୩୧ ପରେ ମଧ୍ୟ ସରକାର ଖୋଲିପାରନ୍ତି ସୁଭଦ୍ରା ପୋର୍ଟାଲ ବୋଲି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି l