ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାସନକାର୍ଡକୁ ନେଇ ଆସିଲା ବଡ଼ ଅପଡେଟ,ରାଜ୍ୟରେ ହେବ ପୋଷଣ କେନ୍ଦ୍ର । ଗୁଜୁରାଟ ମଡେଲରେ ହେବ ପୋଷଣ କେନ୍ଦ୍ର । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ଗୁଜୁରାଟ ଏବଂ ଦିଲ୍ଲୀ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର ।ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,”ରାଜ୍ୟରେ ଖୋଲିବ ପୋଷଣ କେନ୍ଦ୍ର । ଏହି କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ ସରକାର । ପୋଷଣ କେନ୍ଦ୍ରରେ ମିଳିବ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ରୀ । ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସବସିଡି ଦେବେ । ଏଥିପାଇଁ ଆଲୋଚନା ଚାଲିଛି । ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ । ଏହା ସଫଳ ହେଲେ ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି । ଅଧିକାରୀଙ୍କର ଏକ ସ୍ୱତନ୍ତ୍ର ଟିମ ଗୁଜୁରାଟ ଯିବେ । ଅନୁଧ୍ୟାନ କରି ଆସିବେ । ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି ରହିଛି । କୌଣସି ଚୁଡ଼ାନ୍ତ ଘୋଷଣା ହୋଇନାହିଁ ।””ପ୍ରକୃତ ହିତାଧିକାରୀ ଯାଞ୍ଜ ପାଇଁ ହେବ ଫିଜିକାଲ ସର୍ଭେ । ସର୍ଭେ ପରେ ଚୂଡାନ୍ତ ହେବ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା । ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ Ekyc କରିନାହାଁନ୍ତି । ଆସନ୍ତା ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ Ekyc କରିନାହାଁନ୍ତି । ଏହା ପରେ କାହିଁକି ହିତାଧିକାରୀ Ekyc କରି ନାହାନ୍ତି । ସେଥିପାଇଁ ଫିଲଡ ଭିଜିଟ୍ କରି ଦେଖିବେ ବିଭାଗୀୟ ଅଧିକାରୀ । ତେବେ ହଠାତ୍ କାହାର ରାସନକାର୍ଡ କଟା ଯିବନି ନାହିଁ । “ଆଗରୁ ୬ ଲକ୍ଷ ୩୫ ହଜାର ଲୋକ ରାସନ କାର୍ଡ ପୋର୍ଟାଲ ଜରିଆରେ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ । ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here