ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନୃତ୍ୟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବା ପାଇଁ ଆସିବ ଆଇନ୍ । ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି । ଏହାକୁ ନେଇ ବିଚାର ବିମର୍ଶ ଚାଲିଛି । ଯାତ୍ରା ପାର୍ଟିର ମାଲିକଙ୍କ ସହ ଏ ନେଇ ଆଲୋଚନା ହେବ । ଯାତ୍ରାରେ ଅଶ୍ଳୀଳ ନାଚ ରୋକିବା ପାଇଁ ଆଇନ ଆସିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ଯାତ୍ରା ମାଲିକ ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ କି ଯାତ୍ରାରେ ଅଶ୍ଳୀଳତା ଯେମିତି ରହିବ ନାହିଁ । ସରକାର ବି ଏ ଦିଗରେ ତର୍ଜମା କରୁଛନ୍ତି । ସେହିପରି ବାର ଡାନ୍ସ ବି ଓଡ଼ିଆ ସଂସ୍କୃତି ବିରୋଧୀ। ସେଥିପାଇଁ ନିୟମ ଆସିଛି । ବାରରେ କେବଳ ଅର୍କେଷ୍ଟ୍ରା ହେବ, ସଙ୍ଗୀତ ପରିବେଷଣ ହେଵା ସହ ବାରରେ ମ୍ୟୁଜିକାଲ ପରଫରମାନ୍ସ ହେଉଥିବା ଷ୍ଟେଜକୁ ସିସିଟିଭି କଭର କରିବ।ସିସିଟିଭି ଖରାପ ହେଲେ ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ କରିବେ ବାର୍ ମାଲିକ। ଏନେଇ ବାର୍ ମାଲିକ ତୁରନ୍ତ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇବେ। ପରଫମ୍ କରୁଥିବା ମହିଳାଙ୍କ ରେକର୍ଡ ରଖାଯିବ। ଏଥିପାଇଁ ବାର୍ ରେ ରେଜିଷ୍ଟର ରହିବ, ଯେଉଁଥିରେ ଅସ୍ଥାୟୀ ଠିକଣା ଲେଖାଯିବ। ରାଜ୍ୟ କିମ୍ବା ଜିଲ୍ଲା ବାହାରୁ ମହିଳା ଆସୁଥିଲେ କେଉଁଠି ରହୁଛନ୍ତି ଠିକଣା ଲେଖାଯିବ। ଅନୁମତି ନେଲା ପରେ ନିୟମ ଉଲ୍ଲଙ୍ଘନ କଲେ ଲାଇସେନ୍ସ ରଦ୍ଦ ହେବ ବୋଲି ସ୍ପଷ୍ଟ ବୋଲି ମନ୍ତ୍ରୀ କହିଛନ୍ତି।ସୂଚନା ଅନୁସାରେ ବିଗତ କିଛି ଦିନ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବଢ଼ିବାରେ ଲାଗିଥିଲା । ଯାହାକୁ ନେଇ ବହୁ ସମୟରେ ବାଦ ବିବାଦ ମଧ୍ୟ ହୋଇଥିଲା । କିନ୍ତୁ ଏହାପରେ ମଧ୍ୟ ଯାତ୍ରାରେ ବନ୍ଦ ହେଉନଥିଲା ଅଶ୍ଳୀଳ ନୃତ୍ୟ ।

LEAVE A REPLY

Please enter your comment!
Please enter your name here